ଗତ ୮ ବର୍ଷରେ ଦେଶରେ ୭୫୦ଟି ବାଘ ମରିଛନ୍ତି, ଏହା ମଧ୍ୟରେ ଓଡ଼ିଶାର ୭ ବାଘ ରହିଛନ୍ତି

ଭୁବନେଶ୍ୱର : ଦେଶରେ ହାତୀ ମୃତ୍ୟୁକୁ ନେଇ ଚର୍ଚା ଚାଲିଥିବାବେଳେ ବାଘଙ୍କ ସମ୍ପର୍କରେ ଏକ ତଥ୍ୟ ଆସିଛି । ଗତ ୮ ବର୍ଷ ଅର୍ଥାତ ୨୦୧୨ରୁ ୨୦୧୯ ମଧ୍ୟରେ ଦେଶରେ ପ୍ରାୟ ୭୫୦ଟି ବାଘ ମୃତ୍ୟୁବରଣ କରିଛନ୍ତି । ମୁଖ୍ୟତଃ ପ୍ରାକୃତିକ ଓ ଶିକାର ଜନିତ କାରଣରୁ ଅଧିକାଂଶ ବାଘଙ୍କ ମୃତ୍ୟୁ ହୋଇଛି । ମଧ୍ୟପ୍ରଦେଶରେ ସର୍ବାଧିକ ୧୭୩ ବାଘଙ୍କ ମୃତ୍ୟୁ ହୋଇଛି । ଏହି ୮ ଓଡିଶାରେ ୭ଟି ବାଘ ମରିଛନ୍ତି ।

ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ଦ୍ୱାରା ପ୍ରଦତ୍ତ ତଥ୍ୟ ଅନୁସାରେ ମୃତ୍ୟୁବରଣ କରିଥିବା ମୋଟ ୭୫୦ ବାଘଙ୍କ ମଧ୍ୟରୁ ୩୬୯ ଟି ବାଘ ପ୍ରାକୃତିକ କାରଣରୁ , ୧୬୮ଟି ବାଘ ଶିକାର ଜନିତ କାରଣରୁ ୪୨ଟି ଅପ୍ରାକୃତିକ କାରଣରୁ ଓ ଅବଶିଷ୍ଠ ୭୦ଟି ବାଘଙ୍କ ମୃତ୍ୟୁର କାରଣ ଜଣାପଡ଼ିନାହିଁ । ଏହି ୮ ବର୍ଷରେ ୧୦୧ଟି ବାଘ ବନବିଭାଗ ଦ୍ୱାରା ଜବତ କରାଯାଇଛି ।

ମଧ୍ୟପ୍ରଦେଶରେ ମରିଥିବା ସର୍ବାଧିକ ୧୭୩ଟି ବାଘ ମଧ୍ୟରୁ ୩୮ଟି ବାଘଙ୍କୁ ଶିକାର ଦ୍ୱାରା ମରାଯାଇଛି ଓ ୯୦ଟି ବାଘ ପ୍ରାକୃତିକ ଭାବେ ମରିଛନ୍ତି ।

ଗତ ଡିସେମ୍ବର ମାସରେ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ପ୍ରକାଶ ଜାବଡ଼େକର କହିଥିଲେ ଯେ ୨୦୧୫ରୁ ୨୦୧୯ ମଧ୍ୟରେ ଦେଶରେ ବାଘ ସଂଖ୍ୟା ୭୫୦ଟି ବୃଦ୍ଧି ପାଇ ୨୯୭୬ରେ ପହଞ୍ଚିଛି । ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ସେ ଏହି ସୂଚନା ଦେଇଥିଲେ ।

ସମ୍ବନ୍ଧିତ ଖବର