ସମୁଦ୍ର ଭିତରେ ନିରାପଦ ଅଛନ୍ତି ଗୁଜରାଟର ୭୫ ହଜାର ମତ୍ସ୍ୟଜୀବୀ

ଅହମଦାବାଦ: କରୋନାଭାଇରସ୍ ସଂକ୍ରମଣରୁ ସମ୍ପୂର୍ଣ୍ଣ ନିରାପଦ ରହିବାକୁ ଗୁଜରାଟର ପ୍ରାୟ ୭୫ ହଜାର ମତ୍ସ୍ୟଜୀବୀ ସମୁଦ୍ରରେ ଦିନ କାଟୁଛନ୍ତି । ମତ୍ସ୍ୟଜୀବୀ ସମ୍ପ୍ରଦାୟକଙ୍କ ନେତା କହନ୍ତି ଯେ ସମଗ୍ର ଦେଶରେ ଲକଡାଉନ୍ ଘୋଷିତ ହେବା ପରେ ସମୁଦ୍ର ମଧ୍ୟରେ ରହିବା ସବୁଠୁ ନିରାପଦ ବୋଲି ସେମାନେ ବିଚାର କରିଥିଲେ । ତେଣୁ ଉପକୂଳ ଠାରୁ ଅଳ୍ପ ଦୂର ସମୁଦ୍ର ମଧ୍ୟକୁ ଟ୍ରଲରଗୁଡ଼ିକୁ ନେଇ ସେମାନେ ସେଥିରେ ବସବାସ କରୁଛନ୍ତି ।

ଓଖା, ଜାଖାଉ, ପୋରବନ୍ଦର, ମାଗ୍ରୋଲ୍, ବେରାବଲ, କୋତଡ଼ା, ୱାଙ୍କାବାରା, ଦିଉ, ଜାଫ୍ରାବାଦ, ଧୋଲାଇ ଏବଂ ଉମରଗାମ ଆଦି ବନ୍ଦର ସହ ସମ୍ପୃକ୍ତ ଉପକୂଳ ଠାରୁ ତିନି ଚାରି କିଲୋମିଟର ସମୁଦ୍ର ଜଳରେ ନଙ୍ଗର ପକାଇ ରହିଛନ୍ତି ।

ଟ୍ରଲର୍ ମାଲିକମାନେ ମତ୍ସ୍ୟଜୀବୀମାନଙ୍କୁ ପାଣି, ତେଜରାତି ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେଉଛନ୍ତି । ଉପକୂଳରେ ଥିବା ଟ୍ରଲର୍ ମାଲିକମାନଙ୍କୁ ସେମାନେ ଫୋନ୍ କରିବା କ୍ଷଣି ସେମାନେ ଆବ୍ୟକଶ ସାମଗ୍ରୀ ଧରି ପହଞ୍ଚି ଯାଉଛନ୍ତି । ଲକଡାଉନ ଯୋଗୁଁ ମାଛମରା କାର୍ଯ୍ୟ ସମ୍ପୂଣ୍ଣ ବନ୍ଦ ରହିଛି ।

ଅଖିଳ ଭାରତୀୟ ସତ୍ସ୍ୟଜୀବୀ ସଂଘର ଅଧ୍ୟକ୍ଷ ବେଲଜିଭାଇ ମସାନି କହିଛନ୍ତି ଯେ ମତ୍ସ୍ୟଜୀବୀମାନଙ୍କୁ ସ୍ଥଳଭାଗକୁ ନେଇଥିଲେ ନାନାବିଧ ସମସ୍ୟା ଉପୁଜି ଥାଆନ୍ତା । ତେଣୁ ମତ୍ସ୍ୟଜୀବୀ ସମ୍ପ୍ରଦାୟର ନେତାମାନେ ଏକତ୍ର ହୋଇ ବିଚାର କଲେ କି, ସେମାନେ ସମୁଦ୍ରରେ ରହିବା ବରଂ ଅଧିକ ନିରାପଦ । ଏ ପର୍ଯ୍ୟନ୍ତ ଟ୍ରଲରରେ ଥିବା କୌଣସି ମତ୍ସ୍ୟଜୀବୀଙ୍କ ଥଣ୍ଡା ଭଳି କୌରସି ଉପସର୍ଗ ଦେଖା ଦେଇନାହିଁ ।

ସମ୍ବନ୍ଧିତ ଖବର