୭୫ ତମ ସ୍ୱାଧୀନତା ଦିବସ: ପ୍ରଧାନମନ୍ତ୍ରୀଙ୍କ ନୂଆ ଆହ୍ବାନ ‘ସବକା ପ୍ରୟାସ’

ଜାତୀୟ ହାଇେଡ୍ରାେଜନ୍‌ ମିସନ େଘାଷଣା, ସୈନିକ ସ୍କୁଲ୍‌େର ବାଳିକାଙ୍କୁ ନାମ‌େଲଖା ଅନୁମତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୫ ତମ ସ୍ବାଧୀନତା ଦିବସ ଅବସରରେ ରବିବାର ଲାଲକିଲା ପ୍ରାଚୀରରୁ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇଛନ୍ତି। ଏବେ ‘ସବ୍‌କା ସାଥ୍‌- ସବ୍‌କା ବିକାଶ-ସବ୍‌କା ବିଶ୍ବାସ ସହିତ ସବ୍‌କା ପ୍ରୟାସ’ରେ ସ୍ବାଧୀନତାର ୧୦୦ ବର୍ଷ ପର୍ଯ୍ୟନ୍ତ ଯାତ୍ରାର ଲକ୍ଷ୍ୟକୁ ହାସଲ କରିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ‘ବର୍ତ୍ତମାନ ସମୟ ହିଁ ଉପଯୁକ୍ତ ସମୟ, ଏହା ଭାରତର ଅମୂଲ୍ୟ ସମୟ, ଏେବ ଅସଂଖ୍ୟ ହାତର ଶକ୍ତି ଏବଂ ସବୁଠି ଦେଶ ପ୍ରତି ଭକ୍ତି’ ଭିତରେ ଆମକୁ ଲକ୍ଷ୍ୟ ପଥରେ ଅଗ୍ରସର ହେବାପାଇଁ ଏହା ହିଁ ପ୍ରକୃଷ୍ଟ ସମୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଭାରତ ଏବେ ଆତଙ୍କବାଦୀ ବିସ୍ତାରବାଦ ବିରୋଧରେ ଲଢ଼ୁଛି। ଭାରତର ସେନା ଅତ୍ୟନ୍ତ ଦୃଢ଼ତାର ସହ ଜବାବ ଦେଉଛି େବାଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ତାଙ୍କ ଉଦ୍‌େବାଧନେର େକେତକ ଗୁରୁତ୍ବପୂଣ୍ଣୋ େଘାଷଣା କରିଛନ୍ତି। ଜାତୀୟ ହାଇଡ୍ରୋଜେନ୍‌ ମିସନ ଘୋଷଣା କରି ପ୍ରଧାନମନ୍ତ୍ରୀ କହିଛନ୍ତି େଯ ଏହା ଶକ୍ତି କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭର କରାଇବ। ଏଣିକି ସୈନିକ ସ୍କୁଲରେ ବାଳିକାମାନଙ୍କର ମଧ୍ୟ ନାମଲେଖା ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଅତ୍ୟାଧୁନିକ ଭିତ୍ତିଭୂମି ବିକାଶ ସଂପର୍କିତ ଏକ ଘୋଷଣା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଗାମୀ ଦିନରେ ଏଥିପାଇଁ ‘ପ୍ରଧାନମନ୍ତ୍ରୀ ଗତିଶକ୍ତି ଜାତୀୟ ମାଷ୍ଟର୍‌ ପ୍ଲାନ’ ଆରମ୍ଭ ହେବ। ସ୍ବାଧୀନତାର ଅମୃତ ମହୋତ୍ସବ ଅବସରରେ ୭୫ ସପ୍ତାହରେ ୭୫ଟି ବନ୍ଦେ ଭାରତ ଟ୍ରେନ୍‌ ଦେଶର ପ୍ରତ୍ୟେକ କୋଣକୁ ଯୋଡ଼ିବ। ଛୋଟ ଚାଷୀଙ୍କ ବାବଦରେ ଗୁରୁତ୍ବପୂର୍ଣ୍ଣ ଘୋଷଣା କରି ପ୍ରଧାନମନ୍ତ୍ରୀ କହିଥିଲେ, ୮୦ ପ୍ରତିଶତ କୃଷକଙ୍କ ନିକଟରେ ୨ ହେକ୍ଟରରୁ ବି କମ୍‌ ଜମି ରହିଛି। ଏହି ୮୦ ପ୍ରତିଶତ ଚାଷୀଙ୍କ ଉତ୍‌ଥାନ ପାଇଁ ଫସଲ ବୀମା େଯାଜନାକୁ ବ୍ୟପକ କରାଯିବ।

ସମ୍ବନ୍ଧିତ ଖବର