ଗାଜା: ଗାଜା ଉପରେ ଇସ୍ରାଏଲର ପ୍ରଚଣ୍ଡ ଆକ୍ରମଣ ଜାରି ରହିଛି ଏବଂ ଏବେ କୌଣସି ଅଂଚଳ ବି ସୁରକ୍ଷିତ ନଥିବାରୁ ଜାତିସଂଘ ଘୋର ଉଦ୍ବେଗ ପ୍ରକାଶ କରିଛି। ଇସ୍ରାଏଲ ବୋମା ମାଡ଼ରେ ଗୋଟିଏ ସଂପ୍ରସାରିତ ପରିବାରର ୭୬ ସଦସ୍ୟ ନିହତ ହୋଇଥିବା ରିଲିଫ୍ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି। ଏବେ ଇସ୍ରାଏଲ ପୂର୍ବ ସତର୍କ ସୂଚନା ଜାରି ନକରି ବିମାନ ଆକ୍ରମଣ କରୁଥିବାରୁ ମାନବୀୟ ସହାୟତା ପ୍ରଦାନ କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହୋଇଛି। ଗତ ଶୁକ୍ରବାର ଗାଜାରେ ଏକ ଆବାସିକ କଂପ୍ଲେକ୍ସ ବୋମାମାଡ଼ରେ ମାଟିରେ ମିଶିଯାଇଥିଲା। ଏଥିରେ ଅଲ୍ ମୁଘ୍ରାବି ପରିବାରର ୧୬ ମୁଖିଆଙ୍କ ସମେତ ଶତାଧିକ ସଦସ୍ୟ ରହୁଥିଲେ। ବୋମାମାଡ଼ରେ ପରିବାରର ୭୬ ସଦସ୍ୟଙ୍କ ମୃତ୍ୟୁ ହୋଇଛି ଏବଂ ସେମାନଙ୍କ ମଧ୍ୟରେ ୪୦ରୁ ଅଧିକ ମହିଳା ଓ ଶିଶୁ ଅଛନ୍ତି। ଦ୍ବାଦଶ ସପ୍ତାହରେ ପହଞ୍ଚିଥିବା ଇସ୍ରାଏଲ-ହମାସ୍ ଯୁଦ୍ଧ ଥମିବାର ନାମ ନେଉନଥିବା ବେଳେ ଏଥିରେ ନିରୀହ ନାଗରିକଙ୍କ ମୃତ୍ୟୁ ବଢ଼ିଚାଲିଛି।
ଇସ୍ରାଏଲ ଆକ୍ରମଣରେ ଗୋଟିଏ ପରିବାରର ୭୬ ନିହତ
/sambad/media/post_attachments/wp-content/uploads/2021/05/000_99R6UE-1024x640-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)