ବ୍ୟାପକ ହିଂସାକାଣ୍ଡ ମଧ୍ୟରେ ପଶ୍ଚିମବଙ୍ଗରେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ, ସଂଧ୍ୟା ୫ଟା ସୁଦ୍ଧା ୭୬ ପ୍ରତିଶତ ମତଦାନ

କୋଲକତା :  ପଶ୍ଚିମବଙ୍ଗରେ ଆଜି ଅନୁଷ୍ଠିତ ହୋଇଥିବା ୪ର୍ଥ ପର୍ଯ୍ୟାୟ ନିର୍ବାଚନରେ ସଂଧ୍ୟା ୫ଟା ସୁଦ୍ଧା ପ୍ରାୟ ୭୬ ପ୍ରତିଶତ ମତଦାନ ହୋଇଛି । ତେବେ ଆଜି ଭୋଟ ଗ୍ରହଣ ବେଳେ କେତେକ ସ୍ଥାନରେ ହିଂସା ପରିଲକ୍ଷିତ ହୋଇଛି । ଏହି ହିଂସାରେ ମୋଟ ୫ ଜଣ ପ୍ରାଣ ହରାଇଛନ୍ତି ।

କୁଚବିହାରର ସିତାଲକୁଚିରେ ସିଆଇଏସଏଫ ଯବାନଙ୍କ ଉପରକୁ ଆକ୍ରମଣ ହେବା ପରେ ଯବାନଙ୍କ ଗୁଳି ଚାଳନାରେ ୪ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ସେହିପରି ଆଉ ଏକ ପୃଥକ ହିଂସାକାଣ୍ଡ ଘଟଣାରେ ଜଣେ ଯୁବକ ପ୍ରାଣ ହରାଇଛି । ଏହି ହିଂସାକାଣ୍ଡ ପାଇଁ ଉଭୟ ତୃଣମୂଳ କଂଗ୍ରେସ ଓ ବିଜେପି ପରସ୍ପରକୁ ଦାୟୀ କରିଛନ୍ତି । ଏହି ହିଂସାକାଣ୍ଡ ପାଇଁ ଗୃହମନ୍ତ୍ରୀ ଅମିତ ଶାହା ଦାୟୀ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି । ବିଜେପିର ଜାତିଆତିକୁ ସାଧାରଣ ଲୋକେ ବିରୋଧ କରିବା ପରେ କେନ୍ଦ୍ରୀୟ ବାହିନୀ ଗୁଳିଚଳାଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି ।

ଆଜି ୫ଟି ଜିଲ୍ଲାରେ ଥିବା ମୋଟ ୪୪ଟି ନିର୍ବାଚନ ମଣ୍ଡଳୀ ପାଇଁ ଭୋଟ ଗ୍ରହଣ ହୋଇଥିଲା । ଏହି ୪୪ଟି ଆସନ ପାଇଁ ପ୍ରାୟ ୩୭୩ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ୪ର୍ଥ ପର୍ଯ୍ୟାୟରେ ପ୍ରାୟ ୧ କୋଟି ୧୫ ଲକ୍ଷ ୮୧ ହଜାର ଭୋଟର ଭୋଟର ରହିଛନ୍ତି ।

ସମ୍ବନ୍ଧିତ ଖବର