ଓଡ଼ିଶାରେ ଚିତାବାଘ ବାଘ ସଂଖ୍ୟା ୭୬୦

ନୂଆଦିଲ୍ଲୀ: ଓଡ଼ିଶାରେ ଚିତାବାଘଙ୍କ ସଂଖ୍ୟା ୭୬୦ । ଆଜି (ସୋମବାର) କେନ୍ଦ୍ର ଜଙ୍ଗଲ ଓ ପର୍ଯ୍ୟାବରଣ ମନ୍ତ୍ରୀ ପ୍ରକାଶ ଜାଭେଡ୍‌କରଙ୍କ ଦ୍ୱାର ଉନ୍ମୋଚିତ ହୋଇଥିବା ‘ଭାରତରେ ଚିତାବାଘଙ୍କ ସ୍ଥିତି-୨୦୧୮’ ଶୀର୍ଷକ ରିପୋର୍ଟରୁ ଏହି ତଥ୍ୟ ଜାଣିବା ପାଇଁ ମିଳିଛି।

ଦେଶରେ ଚିତାବାଘଙ୍କ ମୋଟ ସଂଖ୍ୟା ୧୨,୮୫୨ ଥିବାର ଏହି ରିପୋର୍ଟରେ ଦର୍ଶାଯାଇଛି। ଯାହା ୨୦୧୪ ତୂଳନାରେ ୬୦ ପ୍ରତିଶତ ବୃଦ୍ଧି ହୋଇଛି। ଉଲ୍ଲେଖଯୋଗ୍ୟ, ୨୦୧୪ କରାଯାଇଥିବା ଗଣନାରେ ଚିତାବାଘଙ୍କ ସଂଖ୍ୟା ଦେଶରେ ୭୯୧୦ ଥିଲା । ଉନ୍ମୋଚନ କରାଯାଇଥିବା ରିପୋର୍ଟରେ ସର୍ବାଧିକ ୩,୪୨୧ ଚିତାବାଘ ମଧ୍ୟପ୍ରଦେଶରେ, ୧,୭୮୩ କର୍ଣ୍ଣାଟକରେ ଓ ୧,୬୯୦ ଚିତାବାଘ ମହାରାଷ୍ଟ୍ରରେ ଥିବାର ଉଲ୍ଲେଖ କରାଯାଇଛି।

ସମ୍ବନ୍ଧିତ ଖବର