୭୬୮ଟି ଶ୍ରମ ମାମଲା ବିଚାରାଧୀନ

ନୂଆଦିଲ୍ଲୀ : ଶ୍ରମ ବିବାଦ ଗୁଡିକର ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ଗଠିତ ୨୨ଟି ସେଣ୍ଟ୍ରାଲ ଗଭରମେଣ୍ଟ ଇଣ୍ଡଷ୍ଟ୍ରିଆଲ ଟ୍ରିବ୍ୟୁନାଲ-କମ-ଲେବର କୋର୍ଟ (ସିଜିଆଇଟି)ରେ ୨୦୧୯-୨୦ରେ ସମୁଦାୟ ୧୪୩୨୫ ମାମଲା ଓ ୬୬୭୦ ଆବେଦନ ବିଚାରାଧୀନ ରହିଛି।

ସେଥିମଧ୍ୟରୁ ଭୁବନେଶ୍ବରସ୍ଥିତ ସିଜିଆଇଟିରେ ୪୪୫ଟି ମାମଲା ଓ ୩୨୩ଟି ଆବେଦନ ଅର୍ଥାତ୍‌ ସମୁଦାୟ ୭୬୮ଟି ବିଚାରାଧୀନ ରହିଛି। କେନ୍ଦ୍ର ଶ୍ରମ ଓ ରୋଜଗାର ମନ୍ତ୍ରାଳୟ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଏକ ରିପୋର୍ଟରୁ ଏହି ତଥ୍ୟ ଜଣାପଡ଼ିଛି।

ସମ୍ବନ୍ଧିତ ଖବର