ନୂଆଦିଲ୍ଲୀ: ପୁଣି ଏକ ବଡ଼ ସାଇବର୍ ଠକେଇର ମାମଲା ସାମ୍ନାକୁ ଆସିଛି। ଜେଣେ ବ୍ୟକ୍ତିଙ୍କଠୁ ୧ଲକ୍ଷ କି ୧କୋଟି ଟଙ୍କା ନୁହେଁ ପୂରା ୨୩ କୋଟି ଟଙ୍କା ଲୁଟିନେଇଛି ସାଇବର ଠକ। ସାଇବର ଠକଙ୍କ ଜାଲରେ ନପଡ଼ିବା ପାଇଁ ପ୍ରତିଦିନ ସଚେତନ କରାଯାଉଛି। ସରକାରଙ୍କ ତରଫରୁ ହେଉ, ପୁଲିସ ତରଫରୁ ହେଉ କି ଗଣମାଧ୍ୟମ ଦ୍ଵାରା ହେଉ ସୁବୁ କ୍ଷେତ୍ରରେ ଲୋକଙ୍କୁ ସାଇବର ଫ୍ରଡରୁ ବଞ୍ଚିବା ପାଇଁ ସଚେତନ କରାଯାଉଛି। ତଥାପି ଲୋକେ ସାଇବର ଠକଙ୍କ ଶିକାର ହେଉଛନ୍ତି। ବର୍ତ୍ତମାନ ସାଇବର ଠକ ଲୋକଙ୍କୁ ଡିଜିଟାଲ୍ ଆରେଷ୍ଟ କରି ଟଙ୍କା ଲୁଟି ନେଉଛନ୍ତି। ଏହିଭଳି ଅନେକ ଖବର ଟିଭି କିମ୍ବା ପେପରରେ ପଢ଼ିଥିବେ। ଠିକ୍ ସେହିଭଳି ଆଜି ଆଉ ଏକ ଖବର ସାମ୍ନାକୁ ଆସିଛି, ଯାହାକୁ ନେଇ ସୁପ୍ରିମକୋର୍ଟ କେନ୍ଦ୍ର ସରକାର, ସିବିଆଇ ଏବଂ ଆରବିଆଇକୁ ନୋଟିସ୍ ଜାରି କରିଛନ୍ତି।
ସୂଚନା ଆଧାରରେ ନରେଶ ମଲହୋତ୍ରା ନାମକ ଜଣେ ୭୮ ବର୍ଷିୟ ବୃଦ୍ଧଙ୍କୁ ଟାର୍ଗେଟ୍ କରିଥିଲା ସାଇବର ଠକ। ସାଇବର୍ ଅପରାଧୀମାନେ ନିଜକୁ ଇଡି ଏବଂ ସିବିଆଇ ଅଧିକାରୀର ପରିଚୟ ଦେଇ ଅବସରପ୍ରାପ୍ତ ବ୍ୟାଙ୍କର ନରେଶ ମଲହୋତ୍ରାଙ୍କୁ ପ୍ରାୟ ୧ମାସ ଧରି ଡିଜିଟାଲ୍ ଆରେଷ୍ଟ କରି ରଖିଥିଲା ଏବଂ ପରେ ତାଙ୍କଠୁ ୨୩ କୋଟି ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଛି। ନରେଶଙ୍କ ଅଭିଯୋଗ ଆଧାରରେ ତାଙ୍କ ଆଧାର କାର୍ଡ, ଡ୍ରଗ୍ସ ଚାଲାଣ, ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଇବା ଏବଂ ପୁଲଵାମା ଆତଙ୍କୀ ଆକ୍ରମଣ ସହ ଜଡ଼ିତ ବୋଲି ସାଇବର ଠକ କହିଥିଲା। ତାପରେ ତଦନ୍ତ ବାହାନାରେ ନରେଶଙ୍କୁ ୧ମାସ ଧରି ଡିଜିଟାଲ୍ ଆରେଷ୍ଟ କରି ରଖିଥିଲା। ତାଙ୍କଠୁ ୨୨.୯୨ କୋଟି ଟଙ୍କା ଲୁଟିନେଇଥିଲା। ଯାହାକୁ ନେଇ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିବା ସହ କେନ୍ଦ୍ର ସରକାର, ସିବିଆଇ ଏବଂ ଆରବିଆକୁ ନୋଟିସ୍ ଜାରି କରିଛନ୍ତି।
ପୁଲିସର କହିବା ଅନୁସାରେ ତାଙ୍କୁ ଘରୁ ନବାହାରିବାକୁ ଠକମାନେ ନିର୍ଦ୍ଦେଶ ଦେଇଥିଲେ ଏବଂ ଗୋଟିଏ ମାସ ମଧ୍ୟରେ ତାଙ୍କର ସଞ୍ଚୟ ଧନକୁ ଭିନ୍ନ ଭିନ୍ନ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିବାକୁ ବାଧ୍ୟ କରିଥିଲେ। ପରେ ଠକାମୀର ଶିକାର ହୋଇଥିବା ଜାଣି ନରେଶ ସାଇବର ଥାନାରେ ଅଭିଯୋଗ କରିଥିଲେ, ଆଉ ଅଭିଯୋଗ ପରେ ଘଟଣାଟି ସାମ୍ନାକୁ ଆସିଛି।
ଆହୁରି ପଢ଼ନ୍ତୁ: Gold Silver Price Hike: ଆକାଶଛୁଆଁ ଅଳଙ୍କାର ଦର: ସପ୍ତାହକରେ ରୁପା ୫୫ ହଜାର ମହଙ୍ଗା, ସୁନା ୧୬,୫୦୦...
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/01/24/dgjpg-2026-01-24-20-07-39.jpeg)