‘ନା କେବେ ଭୁଲିବୁ, ନା ‌କେବେ କ୍ଷମା କରିବୁ’, ରୁଷ ଉପ‌ରେ ଗର୍ଜିଲେ ୟୁକ୍ରେନ ରାଷ୍ଟ୍ରପତି

ନୂଆଦିଲ୍ଲୀ: ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ରୁଷ ସହିତ ଚାଲିଥିବା ଯୁଦ୍ଧ ସମୟରେ ଅତ୍ୟାଚାର କରିବାରେ ସାମିଲ ଥିବା ଲୋକଙ୍କୁ କଠୋର ଦଣ୍ଡ ଦେବା ନେଇ ସଂକଳ୍ପ ନେଇଛନ୍ତି।  ସେ କହିଛନ୍ତି ଯେ ଏହି ଯୁଦ୍ଧରେ ମହିଳା ଏବଂ ଶିଶୁଙ୍କ ସମେତ ଶହ ଶହ ଲୋକ ପ୍ରାଣ ହରାଇଛନ୍ତି। ଏହାକୁ ମୁଁ କେବେ ଭୁଲି ବି ନାହିଁ, ଏହି ଯୁଦ୍ଧରେ ଜଡିତ ଥିବା ଲୋକଙ୍କୁ କ୍ଷମା କରାଯିବ ନାହିଁ।

ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି ଯେ, ଏହା ହତ୍ୟା, ଏବଂ ଏହା ଏକ ସୁଚିନ୍ତିତ ହତ୍ୟା। ସେ କହିଛନ୍ତି, “ଆମେ କେବେ କ୍ଷମା କରିବୁ ନାହିଁ, କି ଆମେ  କେବେ ଭୁଲି ପାରିବୁ ନାହିଁ,  ଆମ ମାଟିରେ ଏହି ଯୁଦ୍ଧରେ ଅତ୍ୟାଚାର କରିଥିବା ସମସ୍ତ ଲୋକଙ୍କୁ ଦଣ୍ଡ ଦେବୁ। କବର ବ୍ୟତୀତ ଏହି ପୃଥିବୀରେ ଅନ୍ୟ କୌଣସି ଶାନ୍ତିପୂର୍ଣ୍ଣ ସ୍ଥାନ ନାହିଁ।’

ରୁଷ ସେନା ୟୁକ୍ରେନ ସହର ଉପରେ ଜଳ, ସ୍ଥଳ ଏବଂ ଆକାଶ ତିନିଟି ପଥରେ ଆକ୍ରମଣ କରି ଚାଲିଛି। ଏଥିସହିତ ୟୁକ୍ରେନର ରାଜଧାନୀ କିଭ ଉପରେ ଆକ୍ରମଣ କରିବାକୁ ସେମାନେ ପ୍ରସ୍ତୁତ ହେଉଥିବା ମଧ୍ୟ ଚେତାବନୀ ଦେଇଛି ରୁଷ ସେନା।

ଆନ୍ତର୍ଜାତୀୟ କଟକଣା ଲାଗୁ ହେବା ସତ୍ତ୍ବେ ୟୁକ୍ରେନ ଉପରେ ରୁଷ ସେପରି ଭାବେ ଆକ୍ରମଣ କରିଚାଲିଛି। ଆମେରିକା କହିଛି, ୟୁରୋପୀୟ ଦେଶ ସହ ରୁଷରୁ ଆସୁଥିବା ତେଲ ଉପରେ ପ୍ରତିବନ୍ଧକ ଲାଗୁ କରିବାକୁ ଆଲୋଚନା କରୁଛି । ନାଟୋର ସଦସ୍ୟ ୟୁକ୍ରେନର ନୋ-ଫ୍ଲାଇ ଜୋନ୍ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଆମେରିକାର ବରିଷ୍ଠ ସିନେଟର ମାର୍କୋ ରୁବିୟୋ ରବିବାର ଦିନ କହିଛନ୍ତି ଯେ ରୁଷ ବିରୋଧରେ ଏକ ତୃତୀୟ ବିଶ୍ୱଯୁଦ୍ଧ ସୃଷ୍ଟି ହୋଇପାରେ।

ଅନ୍ୟପକ୍ଷରେ ନୋ-ଫ୍ଲାଇ ଜୋନ୍ ଲାଗୁ ହେଲେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କେବଳ ୟୁରୋପ ପାଇଁ ନୁହେଁ ବରଂ ସମଗ୍ର ବିଶ୍ୱ ପାଇଁ “ବଡ଼ ବିପଦଜନକ ପରିଣାମ” ହୋଇପା‌ରେ ବୋଲି ଧମକ ଦେଇଛନ୍ତି।

ସମ୍ବନ୍ଧିତ ଖବର