ଭାରତର ୭୯% କୋଭିଡ୍-୧୯ ସଂକ୍ରମିତ ଅଞ୍ଚଳ ରହିଛି ୧୨ଟି ରାଜ୍ୟର ୩୦ଟି ପୌରାଞ୍ଚଳରେ

ନୂଆଦିଲ୍ଲୀ: ୧୨ଟି ରାଜ୍ୟର ୩୦ ପୌରାଞ୍ଚଳରେ ଭାରତର ୭୯% କରୋନାଭାଇରସ୍ ସଂକ୍ରମଣ ମାମଲା ଥିବା ଜଣାପଡ଼ିଛି। ସେହି ସବୁ ଅଞ୍ଚଳରେ ଥିବା ପୁରାତନ ସହର, ବସ୍ତି, ପ୍ରବାସୀ ଶ୍ରମିକମାନଙ୍କ କ୍ୟାମ୍ପ୍ ଏବଂ ଅନ୍ୟାନ୍ୟ ଜନଗହଳି ଅଞ୍ଚଳ ଉପରେ ତୀବ୍ର ଦୃଷ୍ଟି ରଖିବାକୁ କେନ୍ଦ୍ର ସରକାର ସମ୍ପୃକ୍ତ ଅଞ୍ଚଳର ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି।

ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, ଗୁଜରାଟ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା, ପଞ୍ଜାବ, ରାଜସ୍ଥାନ, ତାମିଲନାଡୁ, ତେଲେଙ୍ଗାନା, ପଶ୍ଚିମବଙ୍ଗ ଏବଂ ଉତ୍ତରପ୍ରଦେଶର ବିଭିନ୍ନ ଅଞ୍ଚଳରେ କୋଭିଡ୍-୧୯ ସଂକ୍ରମଣ ସଂଖ୍ୟା ଅଧିକ ଥିବା ଜଣାପଡ଼ିଛି।

Image Source: Zee News

ଏସବୁ ରାଜ୍ୟରେ ଥିବା ପୌରାଞ୍ଚଳଗୁଡ଼ିକ ହେଉଛି ବୃହନ୍‌ମୁମ୍ବାଇ, ଗ୍ରେଟର୍ ଚେନ୍ନାଇ, ଅହମଦାବାଦ, ଥାନେ, ଦିଲ୍ଲୀ, ଇନ୍ଦୋର, ପୁଣେ, କୋଲକାତା, ଜୟପୁର, ନାଶିକ, ଯୋଧପୁର, ଆଗ୍ରା, ତିରୁଭଲ୍ଲୁର, ଔରଙ୍ଗାବାଦ, କୁଡ୍ଡାଲୋର୍, ଗ୍ରେଟର୍ ହାଇଦ୍ରାବାଦ, ସୁରତ, ଚେଙ୍ଗାଲପଟ୍ଟୁ, ଆରିୟାଲୁର୍, ହାଓଡ଼ା, କୁର୍ଣ୍ଣୂଲ୍, ଭୋପାଳ, ଅମୃତସର, ବିଲ୍ଲୁପୁରମ୍, ବଡ଼ୋଦରା, ଉଦୟପୁର, ପାଲଗାର୍, ବ୍ରହ୍ମପୁର, ସୋଲାପୁର ଓ ମିରଟ।

ଲକ୍‌ଡାଉନ୍ ୪. ୦ରେ ଏହି ସବୁ ଅଞ୍ଚଳରେ ସର୍ବାଧିକ କଟକଣା ଜାରି କରିବାକୁ ସ୍ବାସ୍ଥ୍ୟ ମନ୍ତ୍ରାଳୟ ସରକାରଙ୍କୁ କହିଛି।

 

ସମ୍ବନ୍ଧିତ ଖବର