କ୍ୟାମେରୁନ୍‌: ବନ୍ଧୁକଧାରୀଙ୍କ ଦ୍ୱାରା ଅପହୃତ ୭୯ ସ୍କୁଲ୍‌ ଛାତ୍ର ମୁକ୍ତ

ୟାୟୁଣ୍ଡେ: ଇଂରାଜୀ କଥିତ ଅସ୍ଥିର କ୍ୟାମେରୁନ୍‌ ଅଞ୍ଚଳରୁ ଏ ସପ୍ତାହରେ ବନ୍ଧୁକଧାରୀମାନେ ଅପହରଣ କରି ନେଇଥିବା ୭୯ ଜଣ ସ୍କୁଲ୍‌ ଛାତ୍ରଙ୍କୁ ମୁକ୍ତ କରାଯାଇଥିବା କଥା ଦେଶର ଯୋଗାଯୋଗ ମନ୍ତ୍ରୀ ଇଜା ବେକେରି ସିରୋମା ବୁଧବାର ଦିନ କହିଛନ୍ତି।

ଅସୁବିଧାଜନକ ଇଂରାଜୀ କଥିତ ଅଞ୍ଚଳର ରାଜଧାନୀ ବାବେଣ୍ଡା ନିକଟରେ ରବିବାର ଦିନ ଅପହରଣ କାଣ୍ଡ ଘଟିଥିଲା ବୋଲି ଗଭର୍ଣ୍ଣର୍‌ ଡେବେନ୍‌ ସୋଫୋ କହିଛନ୍ତି।

ନିଜକୁ ଆମ୍ବା ବଏଜ୍‌ ବୋଲି କହୁଥିବା ଅପହରଣକାରୀମାନେ ଅପହୃତ ପିଲାମାନଙ୍କର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ରିଲିଜ୍‌ କରିଥିଲେ। କ୍ୟାମେରୁନ୍‌ର ଉତ୍ତରପଶ୍ଚିମ ଏବଂ ଦକ୍ଷିଣପଶ୍ଚିମ ଅଞ୍ଚଳରେ ସଶସ୍ତ୍ର ବିଚ୍ଛିନ୍ନତାବାଦୀ ଆମ୍ବା ବଏଜ୍‌ ଆମ୍ବାଜୋନିଆ ନାମକ ଏକ ଭିନ୍ନ ରାଷ୍ଟ୍ର ଗଠନ କରିବାକୁ ଚେଷ୍ଟା ଚଳାଇଛନ୍ତି।

ଭିଡିଓ ଅପହରଣକାରୀମାନେ ଛଅ ଜଣ ପିଲାଙ୍କୁ ସେମାନଙ୍କର ନାଅାଁ ଏବଂ ତାଙ୍କ ବାପାମାଆଙ୍କ ନାଅାଁ କହିବାକୁ ବାଧ୍ୟ କରୁଛନ୍ତି।

ସେମାନଙ୍କର ଯାହା ଆବଶ୍ୟକ, ପାଇଲେ ଯାଇ ପିଲାଙ୍କୁ ଛାଡ଼ିବେ ବୋଲି ପୂର୍ବରୁ ଅପହରଣକାରୀମାନେ କହିଥିଲେ। ଭିଡିଓର ସତ୍ୟତା ପରଖା ଯାଇ ନ ଥିଲେ ମଧ୍ୟ ନିଜ ନିଜ ପିଲାଙ୍କୁ ଏଥିରେ ଚିହ୍ନି ପାରୁଥିବା କଥା ବାପାମାଆମାନେ କହିଛନ୍ତି।

ସମ୍ବନ୍ଧିତ ଖବର