ବସ୍‌ ଚକାତଳେ ୬ ସ୍କୁଲ ଛାତ୍ର ସମେତ ୭ ମୃତ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୬ ସ୍କୁଲ୍‌ ଛାତ୍ରଙ୍କ ସମେତ ୭ ଜଣଙ୍କ ମୃତ୍ୟୁହାଇଛି। ସମସ୍ତ ଛାତ୍ର ଏବଂ ଶିକ୍ଷକ ସାନ୍ତ କରିବନଗର ଜିଲ୍ଲାର ପ୍ରଭାଦେବୀ ବିଦ୍ୟାଳୟର ବୋଲି ଜଣାପଡ଼ିଛି। ସେମାନେ ପିକ୍‌ନିକ୍‌ କରିବାକୁ ହରିଦ୍ୱାର ଯାଉଥିଲେ। ତେବେ ବାଟରେ ଭୋର ପାଖାପାଖି ୪ ଟା ସମୟରେ କନୌଜ ଜିଲ୍ଲାର ତିରଓ୍ଵା ଅଞ୍ଚଳରେ ସେମାନଙ୍କ ଗାଡ଼ି ଅଟକିଥିବା ସମୟରେ ଛାତ୍ରମାନେ ଗୋଟିଏ ବସ୍‌ରୁ ଅନ୍ୟ ବସ୍‌କୁ ଡିଜେଲ୍‌ ପକାଉଥିବାବେଳେ ଏକ ଦ୍ରୁତଗାମୀ ବସ୍‌ ସେମାନଙ୍କୁ ଦଳି ଦେଇଥିଲା। ଘଟଣା ସ୍ଥଳରେ ୬ ଜଣ ଛାତ୍ର ଏବଂ ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଥିଲାବେଳେ ଆହୁରି ୨ ଜଣଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ରହିଛିି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉକ୍ତ ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ସଦସ୍ୟଙ୍କୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଏବଂ ଆହତଙ୍କ ପରିବାର ସଦସ୍ୟଙ୍କୁ ୫୦,୦୦୦ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର