ଗଙ୍ଗାରେ ବୁଡ଼ି ପ୍ରାଣ ହରାଇଲେ ଗୋଟିଏ ପରିବାରର ୭ ଜଣ

ଆମରୋହା : ଗଙ୍ଗା ନଦୀରେ ବୁଡ଼ିଯାଇ  ଗୋଟିଏ ପରିବାରର ୭ ଜଣଙ୍କ ମୃତ୍ୟୁ ଘଟିଛି। ଉତ୍ତରପ୍ରଦେଶର ଆମରୋହା ଜିଲ୍ଲା ସ୍ଥିତ ବ୍ରିଜଘାଟରେ ଏହି ଦୁର୍ଘଟଣା ଘଟିଛି। ଲୁହାରି ଗ୍ରାମର ଗୋଟିଏ ପରିବାରର ପ୍ରାୟ ୧୦ ଜଣ ଗଙ୍ଗା ନଦୀ‌ରେ ଗାଧୋଉଥିବାବେଳେ ହଠାତ୍‌ ୨ ଜଣ ବୁଡ଼ି ଯାଇଥିଲେ। ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟମାନେ ମଧ୍ୟ ବୁଡ଼ି ଯାଇଥିଲେ। ସମସ୍ତ ୭ ଜଣ ମୃତକଙ୍କ ଶବ ଉଦ୍ଧାର ହୋଇଛି।

ସମ୍ବନ୍ଧିତ ଖବର