ନୂଆଦିଲ୍ଲୀ : ଆର୍ଥିକ ବର୍ଷ ୨୦୨୨-୨୩ରେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ)ର ସଦସ୍ୟମାନଙ୍କୁ ୮.୧୫ ପ୍ରତିଶତ ସୁଧ ଦେବା ଲାଗି କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ଯେଉଁ ନିଷ୍ପତ୍ତି ନେଇଥିଲା ତାହାକୁ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ମଞ୍ଜୁର କରାଯାଇଛି। ୨୦୨୧-୨୨ ତୁଳନାରେ ୨୦୨୨-୨୩ ସୁଧରେ ମାତ୍ର ୦.୦୫% ବୃଦ୍ଧି ହୋଇଛି। ଅର୍ଥ ମନ୍ତ୍ରାଳୟ ସୁଧ ମଞ୍ଜୁର କରିଥିବାରୁ ତାହାକୁ ସଦସ୍ୟମାନଙ୍କ ଖାତାରେ ଜମା କରିବା ପ୍ରକ୍ରିୟା ଆନୁଷ୍ଠାନିକ ଭାବେ ଆରମ୍ଭ ହେବ। ତେବେ ଗତ ଦୁଇ ବର୍ଷ ଧରି ସୁଧ ଯେଉଁଭଳି ଭାବେ ଜମା କରାଯାଉଛି, ତାହା ଚିନ୍ତାର ବିଷୟ ପାଲିଟିଛି। ପୂର୍ବବର୍ଷର ସୁଧ ଏପର୍ଯ୍ୟନ୍ତ ବହୁ ସଦସ୍ୟଙ୍କ ଖାତାରେ ଜମା କରାଯାଇନାହିଁ।
୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୮.୧୫% ସୁଧ ମଞ୍ଜୁର କରାଯାଇଥିବାରୁ ପ୍ରତି ଏକ ଲକ୍ଷ ଟଙ୍କାର ଜମା ଉପରେ ୮,୧୫୦ ଟଙ୍କାର ସୁଧ ମିଳିବ। ଏହି ନିଷ୍ପତ୍ତି ଇପିଏଫ୍ଓର ୬ କୋଟିରୁ ଅଧିକ ସଦସ୍ୟ ଉପକୃତ ହେବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/IMG_BL11_EPFO_new_2_1_Q8ACIFQF.jpg)