ନୂଆଦିଲ୍ଲୀ: ଭାରତ-ରୁଷ୍ ବାର୍ଷିକ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କ ଉପସ୍ଥିତିରେ ଦୁଇ ଦେଶ ମଧ୍ୟରେ ଆଉ ୮ଟି ଗୁରୁତ୍ବପୂର୍ଣ୍ଣ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଏହି ଚୁକ୍ତି ମଧ୍ୟରେ ଭାରତର ମାନବ ଅନ୍ତରୀକ୍ଷ ମିସନ୍ ପ୍ରକଳ୍ପ ‘ଗଗନୟାନ’ ଅନ୍ତର୍ଭୁକ୍ତ। ଏହାବାଦ୍ ମହାକାଶ, ପରମାଣୁ ଶକ୍ତି, ରେଳ ଏବଂ ଯୋଗାଯୋଗ କ୍ଷେତ୍ରରେ ଚୁକ୍ତି ସ୍ବାକ୍ଷର ହୋଇଛି। ଭାରତର ଇେସ୍ରା ଏବଂ ରୁଷ୍ର ସଂଘୀୟ ମହାକାଶ ସଂସ୍ଥା ରସକସମସ୍ ମଧ୍ୟରେ ଆଜି ଏକ ଅତି ଗୁରୁତ୍ବପୂର୍ଣ୍ଣ ଚୁକ୍ତି ସ୍ବାକ୍ଷର ହୋଇଛି। ଆତଙ୍କବାଦର ମୂଳୋତ୍ପାଟନ ଦିଗରେ ଉଭୟ େଦଶ ମିଳିତ ଭାବେ କାମ କରିବେ ବୋଲି ଆଜି ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି। ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ କହିଛନ୍ତି ଯେ ଉଭୟ ଦେଶ ଆତଙ୍କବାଦ ଏବଂ ନିଶାଦ୍ରବ୍ୟ ଚୋରା ଚାଲାଣର ମୂେଳାତ୍ପାଟନ ଦିଗରେ ପରସ୍ପର ସହଯୋଗ ଭିତ୍ତିରେ କାମ କରିବେ।
ନରମ ପଡ଼ିଲା ଆମେରିକା
ନୂଆଦିଲ୍ଲୀ: ଭାରତ ନିଜ ଜିଦ୍ରେ ଅଟଳ ରହି ରୁଷ୍ ସହିତ ଏସ୍-୪୦୦ କ୍ଷେପଣାସ୍ତ୍ର ଚୁକ୍ତି ସ୍ବାକ୍ଷର କରିବା ପରେ ଆମେରିକା ନରମ ପଡ଼ିଛି। କଟକଣା ଲାଗୁ କରିବା ଅର୍ଥ ସହଯୋଗୀ ରାଷ୍ଟ୍ରଗୁଡ଼ିକୁ କ୍ଷତି ପହଞ୍ଚାଇବା ନୁହେଁ ବୋଲି ଆମେରିକା ସଫେଇ ଦେଇଛି। ଆଜି ରୁଷ୍ ଓ ଭାରତ ମଧ୍ୟରେ ଐତିହାସିକ ଏସ୍-୪୦୦ ଚୁକ୍ତି ସ୍ବାକ୍ଷର ହେବା ପରେ ନୂଆଦିଲ୍ଲୀରେ ଅବସ୍ଥାପିତ ଆମେରିକୀୟ ଦୂତାବାସ ପକ୍ଷରୁ କୁହାଯାଇଛି ଯେ ରୁଷ୍କୁ ଆଖିରେ ରଖି ଆମେରିକା ପକ୍ଷରୁ ବିଭିନ୍ନ ରାଷ୍ଟ୍ରକୁ କଟକଣା ଲାଗୁ ଧମକ ଦିଆଯାଉଛି। କିନ୍ତୁ ପ୍ରକୃତରେ ସେଭଳି କିଛି ନୁହେଁ। ସହଯୋଗୀ ରାଷ୍ଟ୍ରଗୁଡ଼ିକର ପ୍ରତିରକ୍ଷା କ୍ଷମତାକୁ କ୍ଷତି ପହଞ୍ଚାଇବା ଲାଗି ଆମେରିକା କୌଣସି ପଦେକ୍ଷପ ନେଉନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/H2018100555534.jpg)