ଅହମଦାବାଦ: ଗୁଜରାଟର ଅହମଦାବାଦ ସହରର ବିଭିନ୍ନ ପ୍ରାନ୍ତରେ ‘ମୋଦୀ ହଟାଓ, ଦେଶ୍ ବଚାଓ’ ଛାପା ଯାଇଥିବା ପୋଷ୍ଟର୍ ଲଗାଇବା ଘଟଣାରେ ୮ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ‘ଆପ୍’ ଦେଶବ୍ୟାପୀ ପୋଷ୍ଟର୍ ଅଭିଯାନ ଆରମ୍ଭ କରିବାର ଦିନକ ପରେ ଉକ୍ତ ଗିରଫଦାରି କରାଯାଇଛି।
Image Courtesy of Zee Newsଅହମଦାବାଦ୍ ପୁଲିସ କହିବା ଅନୁସାରେ, ବେଆଇନ ଭାବେ ସହରର ବିଭିନ୍ନ ପ୍ରାନ୍ତରେ ଆପତ୍ତିଜନ ପୋଷ୍ଟର୍ ଲଗାଯାଇଥିଲା। ମାମଲା ରୁଜୁ କରାଯାଇ ଘଟଣା ବିଷୟରେ ଅଧିକ ତଦନ୍ତ ଚାଲିଛି।
ଗୁଜରାଟ ‘ଆପ୍’ ମୁଖ୍ୟ ଇସୁଦାନ ଗଢ଼ବୀ କହିଛନ୍ତି, ଗିରଫ ହୋଇଥିବା ବ୍ୟକ୍ତିମାନେ ହେଉଛନ୍ତି ଦଳୀୟ କର୍ମୀ। ଏକଚ୍ଛତ୍ରଦାବୀ ବୋଲି ‘ବିଜେପି’ ଉପରେ ଦୋଷାରୋପ କରି ସେ ଘୋଷଣା କରିଛନ୍ତି ଯେ, ଗିରଫଦାରି ହେଉଛି ଦଳର (ବିଜେପି) ଭୟର ଲକ୍ଷଣ।
Image Courtesy of Pratidin Timesଟୁଇଟ୍ କରି ଗଢ଼ବୀ ଲେଖିଛନ୍ତି: ‘ବିଜେପି’ର ଏକଚ୍ଛତ୍ରବାଦକୁ ଦେଖ। ‘ମୋଦୀ ହଟାଓ, ଦେଶ୍ ବଚାଓ’ ପୋଷ୍ଟର୍ ଘଟଣାରେ ‘ଆଇପିସି’ର ବିଭିନ୍ନ ଧାରା ଅନୁଯାୟୀ ଗୁଜରାଟରେ ‘ଆପ୍’ କର୍ମୀଙ୍କୁ ଜେଲ୍ରେ ଭର୍ତ୍ତି କରାଯାଇଛି। ଏହା ମୋଦୀଙ୍କର ଓ ‘ବିଜେପି’ର ଭୟ ନୁହେଁ ତ କ’ଣ? ଯେତେ ପାରୁଛ ସେତେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କର। ‘ଆପ୍’ କର୍ମୀମାନେ ସଂଗ୍ରାମ କରିବେ।
ଉଲ୍ଲେଖଯୋଗ୍ୟ, ସମଗ୍ର ଦେଶରେ ୧୧ଟି ଭାଷାରେ ‘ଆପ୍’ର ‘ମୋଦୀ ହଟାଓ, ଦେଶ୍ ବଚାଓ’ ଅଭିଯାନ ଆରମ୍ଭ ହୋଇଛି। ଇଂରାଜୀ, ହିନ୍ଦୀ ଓ ଉର୍ଦ୍ଦୁ ଛଡ଼ା ଗୁଜରାଟୀ, ପଞ୍ଜାବୀ, ତେଲୁଗୁ, ବଙ୍ଗଳା, ଓଡ଼ିଆ, କନ୍ନଡ଼, ମାଲୟାଲମ୍ ଏବଂ ମରାଠୀ ଭାଷାରେ ମଧ୍ୟ ଏହି ପୋଷ୍ଟର୍ ଛାପା ଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/Modi-Hato-Desh-Bachao-Poster-Case_Thumbnail.jpg)