କଲମ୍ବୋ ବସ୍ଫୋରଣ: କର୍ଫ୍ୟୁ ଜାରି କଲେ ସରକାର, ସୋସିଆଲ୍ ମିଡିଆ ଓ ମେସେଜିଂ ସେବା ଉପରେ ଲାଗିଲା ବ୍ୟାନ୍
ନୂଆଦିଲ୍ଲୀ: ରବିବାର ଅପରାହ୍ନ ସୁଦ୍ଧା ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରେ ୮ ଥର ବିସ୍ଫୋରଣ ଘଟିବା ଫଳରେ ପ୍ରାୟ ୧୮୭ ଲୋକଙ୍କ ଜୀବନ ଯିବା ସହ ୪୦୦ ଲୋକ ଆହତ ହୋଇଛନ୍ତି। ଏହି ସିରିଏଲ୍ ବିସ୍ଫୋରଣ ପରେ ଶ୍ରୀଲଙ୍କା ସରକାର ସଂପୃକ୍ତ ଅଞ୍ଚଳରେ କର୍ଫ୍ୟୁ ଜାରି କରିଛନ୍ତି। ସଂପୃକ୍ତ ଅଞ୍ଚଳରେ ବିସ୍ଫୋରଣ ପରେ ସୋସିଆଲ୍ ମିଡିଆ ଓ ମେସେଜିଂ ସେବାକୁ ମଧ୍ୟ ବ୍ୟାନ୍ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଆସନ୍ତା କିଛି ଦିନ ଭିତରେ ଚର୍ଚରେ ଆତ୍ମଘାତୀ ବୋମା ବିସ୍ଫୋରଣ ପାଇଁ ଯୋଜନା ହେଉଛି ବୋଲି ୧୦ ଦିନ ତଳେ ଶ୍ରୀଲଙ୍କା ପୁଲିସ୍ ଆର୍ଲଟ ଜାରି କରିଥିଲା। ସତକୁ ସତ ଆର୍ଲଟ ଜାରିର ୧୦ ଦିନ ଭିତରେ ବିସ୍ଫୋରଣ ଘଟି ବହୁ ଧନଜୀବନ ନଷ୍ଟ ହୋଇଛି।
ଉଲ୍ଲେଖଯୋଗ୍ୟ, ଉତ୍ତର କଲମ୍ବୋର କାଟୁଆପିଟିୟାର ସେଣ୍ଟ୍ ସେସ୍ବାସ୍ତିଆନ୍ ଗୀର୍ଜାରେ ପ୍ରଥମ ସକାଳ ୮.୩୦ ସମୟରେ ଏହି ବିସ୍ଫୋରଣ ହୋଇଥିଲା ଓ ଏଥିରେ ୫୦ରୁ ଅଧିକ ବ୍ୟକ୍ତି ମରିଛନ୍ତି। ପୂର୍ବାଞ୍ଚଳ ପ୍ରଦେଶର ବାଟ୍ଟିକାଲୋଆର ଗୀର୍ଜାରେ ୨୫ ଜଣ ଲୋକ ମରିଥିବା କଥା ଗଣମାଧ୍ୟମ ରିପୋର୍ଟ କରିଛି। ଏଥିରେ ପ୍ରାୟ ୩୦୦ ଜଣ ଆହତ ହୋଇ ବାଟ୍ଟିକାଲୋଆ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
ପୁଲିସ ଅଧିକାରୀଙ୍କ କଥାରୁ ଉଦ୍ଧାର କରି ଶ୍ରୀଲଙ୍କାର ‘ଡେଲି ମିରର୍’ ରିପୋର୍ଟ କରିଛି ଯେ ବାଟ୍ଟିକାଲୋଆର ଗୋଟାଏ ଗୀର୍ଜାରେ ବିସ୍ଫୋରଣ ଘଟିଛି। ସହରର ଦୁଇଟି ପଞ୍ଚତାରକା ହୋଟେଲ୍ରେ ମଧ୍ୟ ବିସ୍ଫୋରଣ ଘଟିଛି।
ଅନ୍ଲଙ୍କା ଡଟ୍ କମ୍ ରିପୋଟ୍ ଅନୁସାରେ, ଗୋଟିଏ ବିସ୍ଫୋରଣ କୋଚ୍ଚିକାଡ଼େର ସେଣ୍ଟ୍ ଆନ୍ଥୋନି ଗୀର୍ଜା ଏବଂ ଅନ୍ୟ ଗୋଟିଏ ବିସ୍ଫୋରଣ କାଟୁଆପିଟିୟାର ସେଣ୍ଟ୍ ସେସ୍ବାସ୍ତିଆନ୍ ଗୀର୍ଜାରେ ହୋଇଛି। ବିଦେଶୀ ପର୍ଯ୍ୟଟକଙ୍କ ସମେତ ୮୦ ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଏଥିରେ ଆହତ ହୋଇଥିବା କଥା ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡ଼ିଥିଲା।