କୋଲକାତା: ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ବିଭିନ୍ନ ଫ୍ଲାଟ୍ରୁ ୫୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଜବତ କଲା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଦୃଷ୍ଟି ଏବେ ପଡ଼ିଛି ପାର୍ଥ-ଅର୍ପିତାଙ୍କ ୧୧ଟି ବ୍ୟାଙ୍କ ଆକାଉଣ୍ଟ ଉପରେ। ଏଥିରୁ ୩ଟି ଆକାଉଣ୍ଟ ହେଉଛି ପାର୍ଥଙ୍କର ଏବଂ ୮ଟି ଅର୍ପିତାଙ୍କର। ଏହି ଆକାଉଣ୍ଟଗୁଡ଼ିକରେ ପ୍ରାୟ ୮ କୋଟି ଟଙ୍କା ରହିଥିବା ବେଳେ ସେଥିରୁ ୨.୫ କୋଟି ଟଙ୍କାକୁ ଫ୍ରିଜ୍ (ଅଚଳ) କରିଦିଆଯାଇଛି। ଇଡିର କହିବା ଅନୁସାରେ ପାର୍ଥଙ୍କର ୫ଟି ଆକାଉଣ୍ଟ ଅଛି। ସେଥିରୁ ଦୁଇଟି ଅଛି ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ଏବଂ ଗୋଟିଏ ଅଛି ଘରୋଇ ବ୍ୟାଙ୍କରେ। ସେ ୨୦୨୧ରେ ନିର୍ବାଚନ କମିସନ ନିକଟରେ କରିଥିବା ସତ୍ୟପାଠ ଅନୁଯାୟୀ ତାଙ୍କ ବ୍ୟାଙ୍କ ଖାତାଗୁଡ଼ିକରେ ପ୍ରାୟ ୬୦ ଲକ୍ଷ ଟଙ୍କା ଥିଲା। ଅର୍ପିତାଙ୍କ ସହ ତାଙ୍କର ୧୦ ବର୍ଷରୁ ଅଧିକ କାଳ ହେଲା ସମ୍ପର୍କ ରହିଛି ବୋଲି ଇଡି କେତେକ କାଗଜପତ୍ରରୁ ଜାଣିବାକୁ ପାଇଛି। କାରଣ ଅନେକ ବୀମା ପଲିସିରେ ପାର୍ଥ ଅର୍ପିତାଙ୍କୁ ନୋମିନି କରିଛନ୍ତି। ୨୦୧୨ ଜାନୁଆରିରେ ଦୁହେଁ ବୋଲପୁରରେ ଜମି କିଣିଥିଲେ। ୨୦ ଲକ୍ଷ ଟଙ୍କା ଦେଇ ସେମାନେ ୨ ମହଲା ଘର ସହ ୨୦ କାଠା ଜମି କିଣିଥିଲେ।
ପାର୍ଥ, ଅର୍ପିତାଙ୍କ ୧୧ ଆକାଉଣ୍ଟରେ ୮ କୋଟି
/sambad/media/post_attachments/wp-content/uploads/2022/08/arpita-e.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)