ଝାଡ଼ଖଣ୍ଡରେ ୮ ଦିନିଆ ଲକଡାଉନ ଘୋଷଣା, ଚାଲୁ ରହିବ ଅତ୍ୟାବଶ୍ୟକ ସେବା

ରାଞ୍ଚି : କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିବା ପରେ ଝାରଖଣ୍ଡ ସରକାର ରାଜ୍ୟରେ ୮ ଦିନିଆ ଲକଡାଉନ ଘୋଷଣା କରିଛନ୍ତି।

ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଜାରି ନିର୍ଦ୍ଦେଶ ଅନୁସାରେ ଏପ୍ରିଲ ୨୨ରୁ ୨୯ ପର୍ଯ୍ୟନ୍ତ ଏହି ଲକଡାଉନ ବଳବତ୍ତର ରହିବ ।  ତେବେ ଏହି ଲକଡାଉନ ସମୟରେ କେତେକ ଅତ୍ୟାବଶ୍ୟକ ସେବା ଓ ଧାର୍ମିକ ଅନୁଷ୍ଠାନ ଖୋଲା ରହିବ । ଧର୍ମାନୁଷ୍ଠାନ ଖୋଲା ରହିଲେ ବି ଶ୍ରଦ୍ଧାଳୁମାନଙ୍କୁ ସେଠାକୁ ଯିବାକୁ ଅନୁମତି ଦିଆଯିବ ନାହିଁ । ସେହିପରି ଖଣି ଖନନ, ନିର୍ମାଣ ଓ କୃଷି କାର୍ଯ୍ୟ ଜାରି ରହିବ।

ଝାରଖଣ୍ଡରେ ଗତ ୨୪ ଘଣ୍ଟାରେ ପ୍ରାୟ ୨୪୬୭ ଟି ନୂଆ ସଂକ୍ରମଣ ମାମଲା ଦେଖାଦେଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୩୦,୪୭୭ ରେ ପହଞ୍ଚିଛି । ରାଜ୍ୟରେ ଏପର୍ଯ୍ୟନ୍ତ ୨୮ ଲକ୍ଷ ୭ ହଜାର ଡୋଜ୍ କରୋନା ଟିକା ଦିଆଯାଇଛି।

ସମଗ୍ର ଦେଶରେ ଗତ ୨୪ ଘଣ୍ଟାରେ ପ୍ରାୟ ୨ ଲକ୍ଷ ୫୯ ହଜାର ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଏହା ଫଳରେ ମୋଟ ଆକ୍ରାନ୍ତ ସଂଖ୍ୟା ୧.୫୩ କୋଟିରେ ପହଞ୍ଚିଛି।

ସମ୍ବନ୍ଧିତ ଖବର