ଗୁଜରାଟ‌େର ବିସ୍ଫୋରଣ ୮ମୃତ, ୪୦ ଆହତ

ଭାରୁଚ୍ : ଗୁଜରାଟର ଭାରୁଚ୍‌ ଜିଲ୍ଲା ଅଧୀନସ୍ଥ ଦା‌ହେଜରେ ଏକ କୀଟନାଶକ କାରଖାନାରେ ଆଜି ବିସ୍ଫୋରଣ ହୋଇ ୮ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୪୦ ଜଣ ଆହତ ହୋଇଛନ୍ତି। ଆଜି ଦିନ ୧୨ଟାରେ ଯଶସ୍ବୀ କେମିକାଲ ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ ଏକ କୀଟନାଶକ କାରଖାନାରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣର ପ୍ରକୃତ କାରଣ କ’ଣ ଜଣାପଡ଼ିନାହିଁ। ତେବେ କମ୍ପାନିର ଏକ ଷ୍ଟୋରେଜ୍‌ ଅଞ୍ଚଳରେ ନିଆଁ ଲାଗିଯିବାରୁ ଭୟଙ୍କର ବିସ୍ଫୋରଣ ହୋଇଛି ବୋଲି ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ୨୦ କିମି ଅଞ୍ଚଳ ମଧ୍ୟରେ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର