ନନ୍ଦୁରବାର: ମହାରାଷ୍ଟ୍ରର ନନ୍ଦୁରବାର ଜିଲ୍ଲାର ଚନ୍ଦଶାଳୀ ଘାଟିରେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ୮ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ଅନେକ ଯାତ୍ରୀ ଆହତ ହୋଇଛନ୍ତି। ବସ୍ଟି ଆଜି ତୀର୍ଥଯାତ୍ରୀଙ୍କୁ ନେଇ ଅଷ୍ଟମ୍ବା ଦେବୀ ମନ୍ଦିରରୁ ଫେରୁଥିବା ସମୟରେ ନିୟନ୍ତ୍ରଣ ହରାଇ ଏକ ଗଭୀର ଖାଇକୁ ଖସି ପଡ଼ିଥିଲା। ଚନ୍ଦଶାଳୀ ଘାଟିରେ ଏକ ତୀକ୍ଷ୍ଣ ମୋଡ଼କୁ ଅତିକ୍ରମ କରୁଥିବା ସମୟରେ ବସ୍ଟି ଦୁର୍ଘଟଣାଗ୍ରସ୍ତ ହୋଇ ଚୂରମାର ହୋଇ ଯାଇଥିଲା। ବସ୍ରେ ଉଭୟ ମହାରାଷ୍ଟ୍ର ଓ ଗୁଜରାଟର ତୀର୍ଥଯାତ୍ରୀ ଥିଲେ ଏବଂ ସେମାନେ ଅଷ୍ଟମ୍ବା ଦେବୀ ମନ୍ଦିର ଦର୍ଶନ ପାଇଁ ଯାଉଥିଲେ। ଦୁର୍ଘଟଣା ଖବର ପାଇବା ମାତ୍ରେ ସ୍ଥାନୀୟ ପୁଲିସ ଓ ଗ୍ରାମବାସୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଆହତମାନଙ୍କୁ ତୁରନ୍ତ ତାଲୋଡା ହସ୍ପିଟାଲକୁ ନିଆଯାଇଥିଲା। ଗୁରୁତର ଆହତମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ପୁଲିସ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ଏହି ଦୁଃଖଦ ଘଟଣାରେ ପୀଡ଼ିତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ଏବଂ ଆହତଙ୍କୁ ସମସ୍ତ ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଖାଇକୁ ବସ୍ ଖସି ୮ ମୃତ
ମହାରାଷ୍ଟ୍ରର ନନ୍ଦୁରବାର ଜିଲ୍ଲାର ଚନ୍ଦଶାଳୀ ଘାଟିରେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ୮ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ଅନେକ ଯାତ୍ରୀ ଆହତ ହୋଇଛନ୍ତି।
/sambad/media/media_files/2025/07/05/dead-2025-07-05-21-11-45.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)