ଆମେରିକାରେ ଗୁଳିକାଣ୍ଡ, ୮ ମୃତ

ପିଟ୍‌ସବର୍ଗ : ଆମେରିକାର ପିଟ୍‌ସବର୍ଗରେ ଆଜି ଜଣେ ବନ୍ଧୁକଧାରୀ ଅତର୍କିତ ଭାବେ ଗୁଳିମାଡ଼ କରିବାରୁ ୮ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଦୁଇ ଜଣ ପୁଲିସ କର୍ମୀ ମଧ୍ୟ ଅଛନ୍ତି। ପୁଲିସ ଆକ୍ରମଣକାରୀକୁ ଗିରଫ କରିବାରେ ସକ୍ଷମ ହୋଇଛି। ଆକ୍ରମଣର ଉଦ୍ଦେଶ୍ୟ କ’ଣ ତାହା ପୁଲିସ ବିଭାଗ ସ୍ପଷ୍ଟ କରିନାହିଁ। ତେବେ ଏହା ଏକ ଆତଙ୍କବାଦୀ କାଣ୍ଡ କି ନୁହେଁ ସେ ନେଇ ତଦନ୍ତ ଜାରି ରହିଛି। ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଏହି ଘଟଣାକୁ ଅତ୍ୟନ୍ତ ହୃଦୟ ବିଦାରକ ବୋଲି କହିବା ସହ ଲୋକଙ୍କୁ ସତର୍କ ରହିବା ପାଇଁ କହିଛନ୍ତି। ଆକ୍ରମଣକାରୀ ଏକ ଜନଗହଳିପୂର୍ଣ୍ଣ ଅଂଚଳରେ ଉଚ୍ଚସ୍ଥାନରେ ଲୋକଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ଜଣାପଡ଼ିଛି। ଆକ୍ରମଣକାରୀକୁ ସୁରକ୍ଷା କର୍ମୀ ଘେରିଯାଇଥିଲେ ଏବଂ ଘଟଣାସ୍ଥଳରେ ସ୍ବାଟ୍‌ ଟିମ୍‌ ମଧ୍ୟ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲେ।

ସମ୍ବନ୍ଧିତ ଖବର