ଇରାନ ବିମାନ ଦୁର୍ଘଟଣାରେ ୮ ମୃତ

ତେହେରାନ : ତୁର୍କୀର ଏକ ବେସରକାରୀ ଯାତ୍ରୀବାହୀ ଉଡ଼ାଜାହାଜ ଇରାନରେ ଦୁର୍ଘଟଣାଗ୍ରସ୍ତ ହେବାରୁ ଏଥିରେ ଥିବା ଚାଳକ ସମେତ ୮ ଜଣ ଯାକ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ତୁର୍କୀ କମ୍ପାନି ବସରାନ୍‌ ହୋଲ୍ଡିଂର ଏହି ବିମାନଟି ସାରଜାହରୁ ଇସ୍ତାନବୁଲ୍‌ ଅଭିମୁଖେ ଯାଉଥିବା ବେଳେ ଇରାନର ରାଜଧାନୀ ତେହରାନଠାରୁ ୩୭୦ କିମି ଦୂର ସହର-ଇ କୋର୍ଦ ପର୍ବତରେ ପିଟିହୋଇ ଖଣ୍ଡବିଖଣ୍ଡିତ ହେବା ସହ ଜଳିଯାଇଥିଲା। ଫଳରେ ଏଥିରେ ଥିବା ସମସ୍ତ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି।

ସମ୍ବନ୍ଧିତ ଖବର