ପାକିସ୍ତାନରେ ବୋମା ବିସ୍ଫୋରଣ, ଚୀନ ଇଂଜିନିୟରଙ୍କ ସମେତ ୧୩ ମୃତ

ଇସଲାମାବାଦ : ଉତ୍ତର ପାକିସ୍ତାନରେ ଆଜି ସକାଳେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି । ଖାଇବର ପଖତୁନଖ୍ବାବା ପ୍ରଦେଶରେ ନିର୍ମାଣାଧିନ ଦାସୁ ହାଇଡ୍ରୋ ପାଓ୍ବାର ପ୍ଲାଣ୍ଟକୁ ଯାଉଥିବା ଏକ ବସରେ ଆଇଇଡି ବିସ୍ଫୋରଣ ହେବାରୁ ୧୩ ଜଣ ମୃତ୍ୟୁବରଣ କରିଛନ୍ତି । ମୃତକଙ୍କ ମଧ୍ୟରୁ ୯ ଜଣ ଚୀନ ଇଂଜିନିୟର ଥିବା ଜଣାପଡ଼ିଛି ।

image credit : tribune.com.pk

ପାକିସ୍ତାନୀ ଖବରକାଗଜ ଏକ୍ସପ୍ରେସ ଟ୍ରିବୁନରେ ପ୍ରକାଶିତ ରିପୋର୍ଟ ଅନୁସାରେ ବୁଧବାର ସକାଳ ସାଢେ ୭ଟା ସମୟରେ ପ୍ରାୟ ଚୀନା ଇଂଜିନିୟର, ଶ୍ରମିକ ଓ ପାକିସ୍ତାନୀ ସେନାର ଯବାନଙ୍କୁ ମିଶାଇ ମୋଟ ୩୦ ଜଣ ବ୍ୟକ୍ତି ପ୍ରକଳ୍ପସ୍ଥଳୀକୁ ଯାଉଥିବା ଏକ ବସରେ ଖଞ୍ଜାଯାଇଥିବା ଆଇଇଡି ବିସ୍ଫୋରଣ ହେବାରୁ ଘଟଣାସ୍ଥଳରେ ୧୩ ଜଣ ପ୍ରାଣ ହରାଇଥିଲେ । ତେବେ ବସରେ ଥିବା ଆଉ କିଛି ଯାତ୍ରୀ ଆହତ ହୋଇଛନ୍ତି ଓ କେତେକଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଏଣୁ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବାର ଆଶଙ୍କା ରହିଛି । ଏବେ ବି ଜଣେ ଚୀନ ଇଂଜିନିୟର ଓ ଜଣେ ଯବାନ ନିଖୋଜ ଅଛନ୍ତି ।ଏହି ଘଟଣା ପାଇଁ ଏପର୍ୟ୍ୟନ୍ତ କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି । ବିସ୍ଫୋରଣ ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ୟ୍ୟ ଜାରି ରହିଛି ।

ସମ୍ବନ୍ଧିତ ଖବର