କାବୁଲ : ରୁଷ ଦୂତାବାସ ଆଗରେ ଆତ୍ମଘାତୀ ବିସ୍ଫୋରଣ, ୮ ମୃତ

କାବୁଲ : କାବୁଲରେ ଥିବା ରୁଷୀୟ ଦୂତାବାସ ଆଗରେ ସୋମବାରଦିନ ଏକ ବଡ଼ ଧରଣର ଆତ୍ମଘାତୀ ବୋମା ବିସ୍ଫୋରଣ ଘଟିଛି । ଏଥିରେ ୮ ଜଣ ବ୍ୟକ୍ତି ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ୨ ଜଣ ଦୂତାବାସ କର୍ମଚାରୀ ଥିଲେ ବୋଲି ରୁଷୀୟ ନ୍ୟୁଜ ଏଜେନ୍ସି ଆରଆଇଏ ନୋଭୋସ୍ତି କହିଛି । ତେବେ ମୃତ କର୍ମଚାରୀମାନେ କିଏ କିମ୍ବା ସେମାନେ କିପରି ମରିଛନ୍ତି ସେନେଇ ରୁଷର ବିଦେଶ ମନ୍ତ୍ରଣାଳୟ କୌଣସି ସୂଚନା ଦେଇନାହିଁ ।

ଏହାପୂର୍ବରୁ, ଆରଆଇ ନୋଭୋଷ୍ଟି ଅଜ୍ଞାତ ସୂତ୍ରକୁ ଦର୍ଶାଇ କହଥିଲା ଯେ ଏହି ବିସ୍ଫୋରଣ ଯୋଗୁଁ ୧୫-୨୦ ଜଣ ମୃତାହତ ହୋଇଛନ୍ତି ।  ଦୂତାବାସ ବାହାରେ ଭିସା ଆଶାୟୀ ଲୋକମାନଙ୍କ ନାଁ ଡାକିବାକୁ ରୁଷର ଜଣେ କର୍ମଚାରୀ ବାହାରକୁ ଆସିବା ବେଳେ ଏହି ବିସ୍ଫୋରଣ ହୋଇଥିଲା । ପୋଲିସ କହିଛି ଯେ ଆକ୍ରମଣକାରୀ ଦୂତାବାସ ଫାଟକ ନିକଟରେ ପହଞ୍ଚିବା ପରେ ତାଙ୍କୁ ସୁରକ୍ଷାକର୍ମୀ ଗୁଳି କରି ହତ୍ୟା କରିଥିଲେ  । ଏହି ଆକ୍ରମଣ ଘଟଣା ପାଇଁ ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିନାହାନ୍ତି । ତେବେ ଏହା ପଛରେ ଆତଙ୍କବାଦୀ ସଂଗଠନ ତଥା ତାଲିବାନର ବିରୋଧୀ ଆଇଏସର ହାତ ଥିବା ସଂଦେହ କରାଯାଉଛି ।

ରୁଷ ଦୂତାବାସଟି କାବୁଲର ଉଚ୍ଚ ସୁରକ୍ଷା ସମ୍ପନ୍ନ ଦାରୁଲ୍ ଉଲୁମ ଅଂଚଳରେ ହୋଇଥିବାରୁ ତାଲିବାନର ଚିନ୍ତା ବଢିଯାଇଛି ।

ସମ୍ବନ୍ଧିତ ଖବର