ଅହମଦାବାଦ: ଗୁଜରାଟର ଅହମଦାବାଦରେ ଆଜି ଏକ ନିର୍ମାଣାଧୀନ କୋଠାର ଲିଫ୍ଟ ଭାଙ୍ଗି ପଡ଼ିବାରୁ ୮ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଗୁଜରାଟ ବିଶ୍ବବିଦ୍ୟାଳୟ ପରିସର ନିକଟରେ କୋଠାଟି ନିର୍ମାଣ ହେଉଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଶ୍ରମିକଙ୍କୁ ଧରି ଯାଉଥିବା ଏଲିଭେଟରଟି ୭ ମହଲାରୁ ଖସି ପଡ଼ିଥିଲା। ଘଟଣାସ୍ଥଳରେ ହିଁ ୮ ଶ୍ରମିକଙ୍କ ମୃତ୍ୟୁ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଆହତଙ୍କୁ ସବୁ ପ୍ରକାର ସହଯୋଗ କରିବାପାଇଁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ପିଏମ୍‌ଓ ପକ୍ଷରୁ ଟ୍ବିଟ୍‌ କରି କୁହାଯାଇଛି।