ଗୋଣ୍ଡା: ମଙ୍ଗଳବାର ରାତିରେ ଉତ୍ତର ପ୍ରଦେଶର ଗୋଣ୍ଡା ଜିଲ୍ଲାରେ ଗୋଟାଏ ରନ୍ଧନ ଗ୍ୟାସ୍ ସିଲିଣ୍ଡର୍ ବିସ୍ଫୋରଣ ଘଟିବାରୁ ୪ଜଣ ପିଲାଙ୍କ ସମେତେ ୮ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୭ଜଣ ଆହତ ହୋଇଛନ୍ତି। ୱାଜିର୍ଗଞ୍ଜ ଅଞ୍ଚଳ ଅନ୍ତର୍ଗତ ଟିକ୍ରି ଗ୍ରାମରେ ଘଟିଥିବା ଏହି ବିସ୍ଫୋରଣ ହେତୁ ପାଖରେ ଥିବା ଅନ୍ୟ ଦୁଇଟି ଘର ମଧ୍ୟ ଭାଙ୍ଗି ଭୁଶୁଡ଼ି ପଡ଼ିଛି।
ଠଠେରି ପୁର୍ୱାରେ ନୁରୁଲ୍ ହାସନ୍ଙ୍କ ପରିବାର ରୋଷେଇ କରୁଥିବା ବେଳେ ସିଲିଣ୍ଡର୍ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ଭୁଶୁଡ଼ି ପଡ଼ିଥିବା ଘରଗୁଡ଼ିକର ଛାତତଳେ ପ୍ରାୟ ୧୪ଜଣ ଲୋକ ଚାପି ହୋଇ ରହିଯାଇଥିଲେ।
Image Courtesy of ANIଘଟଣାସ୍ଥଳରୁ ଦୁଇଜଣ ମହିଳା ଓ ଦୁଇଜଣ ପୁରୁଷଙ୍କ ସମେତ ଚାରିଜଣ ପିଲାଙ୍କର ଶବ ଉଦ୍ଧାର କରାଯାଇଛି। ଦୁର୍ଘଟଣାରେ ଆହତ ହୋଇଥିବା ଅନ୍ୟ ସାତଜଣ ସମ୍ପ୍ରତି ଜିଲ୍ଲା ହସ୍ପିଟାଲ୍ରେ ଚିକିତ୍ସାଧୀନ ଅଛନ୍ତି।
ସମ୍ପ୍ରତି ଘଟଣାସ୍ଥଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ବିସ୍ଫୋରଣର କାରଣ ନିର୍ଦ୍ଧାରଣ କରିବା ଲାଗି ଫରେନ୍ସିକ୍ ଟିମ୍ ଅନୁସନ୍ଧାନ ଚଳାଇଛନ୍ତି। ଆଇଜି ଦେବୀପତନ ରାଙ୍ଗେ, ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍, ଏଏସ୍ପି ଏବଂ କେତେକ ଥାନାର କର୍ମଚାରୀମାନେ ମଧ୍ୟ ସେଠାରେ ଉପସ୍ଥିତ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/gonda-cylinder-blast.jpg)