ବିହାରରେ ବଡଧରଣର ଦୁର୍ଘଟଣା, ୮ ଜଣଙ୍କର ମୃତ୍ୟୁ 

ପାଟନା: ବିହାରର ଲଖିସରଇ ଜିଲ୍ଲାରେ ବୁଧବାର ରାତିରେ ଏକ ବଡଧରଣର ଦୁର୍ଘଟଣା ହୋଇଛି | ଏଥିରେ ୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି | ମୃତକ ୮ ଜଣଙ୍କ ମଧ୍ୟରୁ ୭ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଜଣଙ୍କର ମେଡିକାଲ ନେବା ବାଟରେ ମୃତ୍ୟୁ ହୋଇଥିଲା | ମିଳିଥିବା ସୂଚନା ମୁତାବକ ଲଖିସରଇର ହଲସିରେ ଦୁଖୀ ମାଂଝୀଙ୍କର ଝିଅ ବାହାଘର କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା |

zeenews

ବରଯାତ୍ରୀ ଆସିବା ସହ ସମସ୍ତେ ଖାଦ୍ୟ ଖାଇବାରେ ବ୍ୟସ୍ତ ଥିଲେ | ହଠାତ ଏକ ଟ୍ରକ ଭାରସାମ୍ୟ ହରାଇ ଏମାନଙ୍କ ଉପରେ ମାଡିଯାଇଥିଲା | ଯାହାଫଳରେ ଖାଦ୍ୟ ଖାଉଥିବାବେଳେ ୭ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା | ଗୁରୁତର ମାନଙ୍କୁ ଲଖିସରଇ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି | ମୃତକଙ୍କ ମଧ୍ୟରେ ତିନିଜଣ ବରଯାତ୍ରୀ ହୋଇଥିବାବେଳେ ୫ ଜଣ କନ୍ୟାପକ୍ଷ ବୋଲି ଜଣାପଡିଛି |

ତେବେ ଦୁର୍ଘଟଣା ପରେ ଡ୍ରାଇଭର ଜଣକ ଫେରାର ହୋଇଯାଇଥିଲା | ଏହି ଦୁର୍ଘଟଣାକୁ ନେଇ ସ୍ଥାନୀୟ ଲୋକ ରାସ୍ତାରୋକ କରିଥିଲେ | ପୁଲିସ ଆସି ଉତ୍ୟକ୍ତ ଲୋକଙ୍କୁ ବୁଝାଇବା ପରେ ପରିସ୍ଥିତି ଶାନ୍ତ ପଡିଥିଲା |

ସମ୍ବନ୍ଧିତ ଖବର