ଝିଅ ପାଇଁ ଭାର ନେଇ ଯିବାବେଳେ ଗାଡିକୁ ଧକ୍କା ଦେଲା ଟ୍ରାକ୍ଟର, ଚାଲିଗଲା ୮ ଜଣଙ୍କର ଜୀବନ

ସମ୍ଭଲ: ଉତ୍ତରପ୍ରଦେଶର ସମ୍ଭଲରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି | ଏଥିରେ ୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି | ଦ୍ରୁତ ଗତିରେ ଯାଉଥିବା ଏକ ପିକଅପ ଗାଡି ଟ୍ରାକ୍ଟରକୁ ଧକ୍କା ଦେଇଥିଲା | ଆହତ ବ୍ୟକ୍ତିଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା | ଏହି ଦୁର୍ଘଟଣାଟି ଅଲିଗଡ଼-ଆଗ୍ରା ରାଜପଥରେ ହୋଇଥିଲା |

ମିଳିଥିବା ସୂଚନା ମୁତାବକ ପିକଅପ ଗାଡ଼ିରେ ବଦାଉଁରେ ବିବାହ କରିଥିବା ଝିଅ ପାଇଁ ଭାର ନେଇ ଯାଉଥିଲେ | ତେବେ ଯିବାବେଳେ ତାଙ୍କ ଗାଡି ଏକ ଟ୍ରାକଟରକୁ ଧକ୍କା ଦେଇଥିଲା | ଯାହାଫଳରେ ସମସ୍ତେ ଛିଟିକି ପଡ଼ିଥିଲେ | ଏଥିରେ ଘଟଣାସ୍ଥଳରେ ୮ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା | ଦୁର୍ଘଟଣା ଏତେ ଜୋରରେ ଥିଲା ଯେ ଏହି ଶବ୍ଦ ଶୁଣି ପାଖ ଗାଁ ର ଲୋକ ବିଳମ୍ବିତ ରାତିରେ ଘଟଣାସ୍ଥଳରେ ପହଂଚିଥିଲେ |

ପରେ ଗ୍ରାମବାସୀ ଆହତ ହୋଇଥିବା ୧୦ ଜଣଙ୍କୁ ସ୍ଥାନୀୟ ଆନନ ଫାନନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ପୋଲିସ ଘଟଣାସ୍ଥଳରେ ପହଂଚି ଦୁର୍ଘଟଣାଗ୍ରସ୍ତ ଗାଡି ଦୁଇଟିକୁ ଜବତ କରିଛି |

ସମ୍ବନ୍ଧିତ ଖବର