ଘନ କୁହୁଡି ହେତୁ ପଛକୁ ପଛ ପିଟି ହେଲେ ପ୍ରାୟ ୫୦ଟି ଗାଡି, ୮ଜଣଙ୍କ ମୃତ୍ୟୁ, ୧୦ରୁ ଅଧିକ ଆହତ

ଚଣ୍ଡୀଗଡ: ହରିୟାଣା ରୋହତକ-ରେୱାରୀ ହାଇୱେରେ ଘନ କୁହୁଡି ହେତୁ ସୋମବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଘନ କୁହୁଡି ହେତୁ ପ୍ରାୟ ୫୦ଟି ଗାଡି ପରସ୍ପର ସହ ପିଟି ହୋଇ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଘଟଣାସ୍ଥଳରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି । ମୃତକ କିରଦୋଧ ଗ୍ରାମର ହୋଇଥିବା ପୁଲିସ ସୂତ୍ରରୁ ପ୍ରକାଶ।

ସୂଚନାଯୋଗ୍ୟ,  ସୋମବାର ହାଇୱେରେ ଘନ କୁହୁଡି ହୋଇଥିବା ହେତୁ ଏକ ଜିପ ଏବଂ ପିକଅପ ଭ୍ୟାନ୍‌ ମଧ୍ୟରେ ଧକ୍କା ହୋଇଥିଲା । ଏହି ଦୁର୍ଘଟଣା ପରେ ପଛଆଡୁ ଆସୁଥିବା ଆଉ ଏକ ଟ୍ରକ ଦୁର୍ଘଟଣାଗ୍ରସ୍ତ ଜିପକୁ ପିଟିଥିଲା । ଏପରି ଭାବେ ପଛକୁ ପଛ ପ୍ରାୟ ୫୦ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।  ଏହି ଦୁର୍ଘଟଣାରେ ୭ଜଣ ମହିଳାଙ୍କ ସେମତ ୮ ଜଣଙ୍କ ମୃତ୍ୟୁ ଓ ୧୦ରୁ ଅଧିକ ଲୋକେ ଆହତ ହୋଇଥିବା ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି। ଆହତଙ୍କ ମଧ୍ୟରେ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସ୍ଥାନୀୟ ସରକାରୀ ହସ୍ପିଟାଲରେ ଆହତଙ୍କ ଚିକିତ୍ସା ଜାରି ରହିଛି।

ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨ ଲକ୍ଷ ଏବଂ ଗୁରୁତରଙ୍କୁ ଲକ୍ଷେ ଏବଂ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଦିଆଯିବ ବୋଲି ହରିୟାଣା ମନ୍ତ୍ରୀ ଓପି ଧନକାର ଦୁଃଖ ପ୍ରକାଶ କରିବା ସହ ପୀଡିତ ପରିବାରଙ୍କ ପାଇଁ ଏହି ସହାୟତା ରାଶିର ଘୋଷଣା କରିଛନ୍ତି ।

ସମ୍ବନ୍ଧିତ ଖବର