ୟୁପି: ସଡ଼କ ଦୁର୍ଘଟଣାରେ ୮ ମୃତ

ନୂଆଦିଲ୍ଲୀ : ଲକ୍ଷ୍ନୌ-ଆଗ୍ରା ଜାତୀୟ ରାଜପଥରେ ଆଜି ଏକ କାର୍‌ ଓ ଟ୍ରକ୍‌ ମଧ୍ୟରେ ଧକ୍କା ହେବାରୁ ୮ ଜଣ ପ୍ରାଣ ହରାଇଛନ୍ତି। ଏଥିରେ ୩ ଜଣ ଆହତ ହୋଇଛନ୍ତି। ଏମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ସୂଚନା ଅନୁସାରେ ରାଜସ୍ଥାନର ଅଲ୍‌ଓ୍ଵାର ଜିଲ୍ଲାର ଏହି ଲୋକମାନେ ଉତ୍ତର ପ୍ରଦେଶର ସୀତାପୁର ଜିଲ୍ଲା ଅନ୍ତର୍ଗତ ନୈମୀଶରନ୍ୟମ୍‌ ତୀର୍ଥସ୍ଥଳୀ(ବିଷ୍ଣୁ ମନ୍ଦିର)କୁ ବୁଲିବାକୁ ଆସି ଫେରୁଥିଲେ। ଏହି ସମୟରେ ସେମାନଙ୍କ ଗାଡ଼ି ଏକ ଟ୍ରକ୍‌ ସହ ଧକ୍କା ହୋଇଥିଲା। ଏ ପର୍ଯ୍ୟନ୍ତ ମୃତ ବ୍ୟକ୍ତିିଙ୍କ ପରିଚୟ ମିଳିପାରି ନାହିଁ।

ସମ୍ବନ୍ଧିତ ଖବର