ଜର୍ମାନୀରେ ଗୁଳିକାଣ୍ଡ : ୮ ମୃତ, ଅନେକ ଗୁରୁତର

ଜର୍ମାନୀ : ଜର୍ମାନୀର ହନାଉ ସହରରେ ଦୁବୃର୍ତର ଆଖି ବୁଜା ଗୁଳିମାଡ । ଏଥିରେ ୮ ଜଣଙ୍କ ଜୀବନ ଯାଇଛି । ଏହି ଘଟଣାରେ ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ହନାଉ ସହରର ଏକ ବାରରେ ପ୍ରଥମେ ଦୁବୃର୍ତ ଆଖିବୁଜା ଗୁଳିମାଡ କରିଥିଲା । ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣା ହନାଉ ସହରରେ ହୋଇଥିଲା ।

ଏହାଠାରୁ ୨୫ କିମି ଦୂରରେ ଫ୍ରାଙ୍କଫର୍ଟ ସହରରେ ସମାନ ଧରଣର ଗୁଳିମାଡରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ତେବେ କିଏ ଏପରି ଗୁଳିମାଡ କରିଛି ଲୋକଙ୍କ ଜୀବନ ନେଉଛି ତାର ଟେର ପାଇନି ଜର୍ମାନୀ ପୋଲିସ । ପୁରା ସହରକୁ ସିଲ୍ କରି ପୋଲିସ ଆରମ୍ଭ କରିଛି ସର୍ଚ ଅପରେସନ ।

ସମ୍ବନ୍ଧିତ ଖବର