ଅଗରତାଲା: ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବଙ୍କୁ ହଟାଇବାକୁ ନୂଆଦିଲ୍ଲୀରେ ବିଜେପି ବିଧାୟକ | ତ୍ରିପୁରାର ସାତ ଜଣ ବିଜେପି ବିଧାୟକ ଦିଲ୍ଲୀରେ କ୍ୟାମ୍ପ କରିଥିବାବେଳେ ଏବଂ ଦଳର ଜାତୀୟ ନେତୃତ୍ୱଙ୍କୁ ଭେଟିଛନ୍ତି | ଏହି ବିଧାୟକମାନେ ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବଙ୍କୁ ହଟାଇବାକୁ ଦାବି କରିଛନ୍ତି। ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଏକଛତ୍ରବାଦୀ ଶାସକ ତଥା ଜନପ୍ରିୟ ହୋଇନଥିବାର ବୋଲି ବର୍ଣ୍ଣନା କରିଛନ୍ତି। ସୁଦୀପ ରୟ ବର୍ମନଙ୍କ ନେତୃତ୍ୱରେ ଯାଇଥିବା ବିଧାୟକମାନେ ଦାବି କରିଛନ୍ତି ଯେ ସେମାନଙ୍କ ପାଖରେ ଆଉ ଦୁଇଜଣ ବିଧାୟକଙ୍କ ସମର୍ଥନ ରହିଛି।
ସୂଚନା ଥାଉ କି ୬୦ ସଦସ୍ୟ ବିଶିଷ୍ଟ ବିଧାନସଭାରେ ବିଜେପିର ୩୬ ଜଣ ବିଧାୟକ ଅଛନ୍ତି। ଇଣ୍ଡିଯିନସ ପିପୁଲ୍ସ ଫ୍ରଣ୍ଟ ଅଫ୍ ତ୍ରିପୁରା (ଆଇପିଏଫଟି) ର ଆଠଜଣ ବିଧାୟକ ମଧ୍ୟ ବିପ୍ଳବ ଦେବଙ୍କୁ ସମର୍ଥନ କରୁଛନ୍ତି। ବର୍ମନଙ୍କ ବ୍ୟତୀତ ଦିଲ୍ଲୀରେ ବିଧାୟକ ସୁଶାନ୍ତ ଚୌଧୁରୀ, ଆଶିଷ ସାହା, ଆଶିଷ ଦାସ, ଦିବ୍ୟା ଚନ୍ଦ୍ର ରାଙ୍କଲ, ବର୍ବ ମୋହନ ତ୍ରିପୁରା, ପରିମଳ ଦେବ ବର୍ମନ ଏବଂ ରାମ ପ୍ରସାଦ ପାଲ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟିଛନ୍ତି । ବିଧାୟକ ସୁଶାନ୍ତ ଚୌଧୁରୀ ଦାବି କରିଛନ୍ତି ଯେ ବିଧାୟକ ବିରେନ୍ଦ୍ର କିଶୋର ଦେବ ବର୍ମନ ଏବଂ ବିପ୍ଳବ ଘୋଷ ମଧ୍ୟ ଆମ ସହିତ ଅଛନ୍ତି। ସେମାନେ କରୋନା ସଂକ୍ରମିତ ହୋଇଥିବାରୁ ଉଭୟେ ଦିଲ୍ଲୀ ଆସିନାହାଁନ୍ତି ।
ଅନ୍ୟପଟେ ତ୍ରିପୁରାର ବିଜେପି ସଭାପତି ମାଣିକ ସାହା କହିଛନ୍ତି ଯେ ସରକାର ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ସାତ କିମ୍ବା ଆଠଜଣ ବିଧାୟକ ସରକାରକୁ ଭାଙ୍ଗିପାରିବେ ନାହିଁ। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ବିପ୍ଳବ ଦେବଙ୍କ ଉପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଅଖଣ୍ଡ ବିଶ୍ୱାସ ରହିଛି। ବିଦ୍ରୋହୀ ବିଧାୟକମାନେ ବିଜେପି ସଭାପତି ଜେପି ନଡ୍ଡା ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଆଲୋଚନା କରିବାକୁ ଦାବି କରିଛନ୍ତି। ବିଦ୍ରୋହୀ ବିଧାୟକମାନେ କହିଛନ୍ତି ଯେ ଆମର ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ହେବ। ତ୍ରିପୁରାରେ କଣ ଘଟୁଛି ପ୍ରଧାନମନ୍ତ୍ରୀଙ୍କୁ ଅନ୍ଧକାରରେ ରଖାଯାଇପାରିବ ନାହିଁ। ”ସେ କହିଛନ୍ତି ଯେ ଯଦି ବିଜେପି ଦୀର୍ଘ ଦିନ ଧରି ରାଜ୍ୟରେ କ୍ଷମତାରେ ରହିବାକୁ ଚାହୁଁଛି ତେବେ ମୁଖ୍ୟମନ୍ତ୍ରୀ ଭାବେ ବିପ୍ଳବ ଦେବଙ୍କୁ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/08/tripura-cm-biplab-dev.jpg)