ଜୋହାନସ୍ବର୍ଗ: ଚଳିତ ସପ୍ତାହରେ ଗୋଟାଏ ଛୋଟ ଦକ୍ଷିଣ ଆଫ୍ରିକୀୟ ନଗରୀରେ ମ୍ୟୁଜିକ୍ ଭିଡିଓ ସୁଟିଙ୍ଗ୍ ଚାଲିଥିବା ବେଳେ ଦଳେ ବନ୍ଧୁକଧାରୀ ବଳପୂର୍ବକ ସେଠାରେ ପ୍ରବେଶ କରି ୮ଜଣ ମହିଳାଙ୍କ ସହିତ ଦୁଷ୍କର୍ମ କରିଥିବା କଥା ଶୁକ୍ରବାର ଦିନ ପୁଲିସ କହିଛି।
ପୁଲିସ ମନ୍ତ୍ରୀ ଭେକି ସିଲେ କହିଛନ୍ତି, ଜୋହାନସ୍ବର୍ଗର ପଶ୍ଚିମ ପ୍ରାନ୍ତରେ ଥିବା କ୍ଷୁଦ୍ର ନଗରୀ କ୍ରୁଗେର୍ସଡର୍ପ ଉପକଣ୍ଠରେ ଗୁରୁବାର ଦିନ କରାଯାଇଥିବା ଏହି ଆକ୍ରମଣ ଘଟଣାରେ ସମ୍ପୃକ୍ତ ଥିବା ପ୍ରାୟ ୨୦ଜଣ ସନ୍ଦିଗ୍ଧଙ୍କ ମଧ୍ୟରୁ ଏଯାବତ୍ ନିରାପତ୍ତା ବଳ ୩ଜଣଙ୍କୁ ଗିରଫ କରିଛି।
ସାମ୍ବାଦିକମାନଙ୍କୁ ସେ କହିଛନ୍ତି, ପରିବହନ ଯାନରୁ ଉପକରଣ ଓହ୍ଲାଇ ‘ସେଟ୍’ ପ୍ରସ୍ତୁତି କରୁଥିବା ବେଳେ ବନ୍ଧୁକଧାରୀ ଗ୍ୟାଙ୍ଗ୍ ମ୍ୟୁଜିକ୍ ଭିଡିଓର କ୍ରୁ’ ଏବଂ ଅଭିନେତ୍ରୀମାନଙ୍କ ଉପରେ ଆକ୍ରମଣ କରିଥିଲେ।
Image Courtesy of Geo Newsସିଲେ ଆହୁରି ମଧ୍ୟ କହିଛନ୍ତି, ଦୁଷ୍କର୍ମ ପୀଡ଼ିତାମାନେ ୧୮ରୁ ୩୫ ବର୍ଷ ବୟସ୍କା। ସେମାନଙ୍କ ମଧ୍ୟରୁ ଜଣଙ୍କ ସହିତ ୧୦ଜଣ ଏବଂ ଆଉ ଜଣଙ୍କ ୮ଜଣ ପୁରୁଷ ଦୁଷ୍କର୍ମ କରିଛନ୍ତି। ବନ୍ଧୁକଧାରୀମାନେ ପୋଷାକପତ୍ର ଓହ୍ଲାଇ ଫୁଙ୍ଗୁଳା ଦେହ ହୋଇଥିଲେ ବି ମ୍ୟୁଜିକ୍ ଭିଡିଓ ସୁଟ୍ରେ ଅଂଶ ଗ୍ରହଣ କରିଥିବା କ୍ରୁ’ ଓ ଅଭିନେତ୍ରୀମାନଙ୍କର ବ୍ୟକ୍ତିଗତ ସାମଗ୍ରୀ ସବୁ ଲୁଟି ନେଇଛନ୍ତି।
ସେମାନେ ବିଦେଶୀ ନାଗରିକ ମୁଖ୍ୟତଃ ‘ଜାମା ଜାମାସ୍’ଙ୍କ ପରି ଦିଶୁଥିଲେ ବୋଲି ସେ କହିଛନ୍ତି।
ଉକ୍ତ ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରପତି ସିରିଲ୍ ରାମାଫୋସା ମଧ୍ୟ କହିଛନ୍ତି ଯେ, ଆକ୍ରମଣକାରୀମାନଙ୍କୁ ଧରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ସେ ପୁଲିସ ମନ୍ତ୍ରୀଙ୍କୁ ଆଦେଶ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ଦକ୍ଷିଣ ଆଫ୍ରିକାରେ ପ୍ରତି ୧୨ ମିନିଟ୍ରେ ଜଣେ ଦୁଷ୍କର୍ମର ଶିକାର ହେଉଥିବା କଥା ପୁଲିସ ନିକଟରେ ରିପୋର୍ଟ ହେଉଥିଲେ ବି ଗଣମାଧ୍ୟମରେ ଏ ସଂକ୍ରାନ୍ତରେ ସମ୍ପୂର୍ଣ୍ଣ ଖବର ପ୍ରକାଶ ପାଏନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/SA-5.jpg)