ନୂଆଦିଲ୍ଲୀ : ରାଜ୍ୟସଭାରେ କୃଷି ବିଲକୁ ନେଇ ହଙ୍ଗାମା କରିଥିବା ସାଂସଦ ନିଲମ୍ବିତ । କୃଷି ବିଲ ଚର୍ଚ୍ଚା ସମୟରେ ହଙ୍ଗାମା କରିଥିବା ସାଂସଦଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ୮ ଜଣ ବିରୋଧୀ ଦଳ ସାଂସଦଙ୍କୁ ଏକ ସପ୍ତାହ ଯାଏଁ ନିଲମ୍ବିତ ଘୋଷଣା କରିଛନ୍ତି । ଆଜି ରାଜ୍ୟସଭାର ଅଧିବେଶନ ଆରମ୍ଭ ହେବା ପରେ ଏହି ନିଷ୍ପତ୍ତି ନେଇଛନ୍ତି ଅଧ୍ୟକ୍ଷ ଭେଙ୍କିୟା ନାଇଡ଼ୁ। ୭ଦିନ ପାଇଁ ୮ସାଂସଦଙ୍କୁ ନିଲମ୍ବିତ କରାଯାଇଛି। ନିଲମ୍ବିତ ହୋଇଥିବା ସାଂସଦମାନଙ୍କ ମଧ୍ୟରେ ଡେରେକ ଓ’ବ୍ରିଏନ୍, ସଞ୍ଜୟ ସିଂ, ରିପୁନ୍ ବୋରା, ନାଜିର ହୁସେନ୍, କେ.କେ ରାଗଶ, ଏ କରିମ୍, ରାଜୀବ ସତ୍ୟଭ ଓ ଡୋଲା ସେନ୍ ଅଛନ୍ତି।
ପ୍ରବଳ ହଙ୍ଗାମା ମଧ୍ୟରେ ବିବାଦୀୟ କୃଷକ ବିଲ୍ ଗତକାଲି ରାଜ୍ୟସଭାରେ ଗୃହୀତ ହୋଇଥିଲା। ବିଲ୍କୁ ବିରୋଧ କରି ବିରୋଧୀ ଦଳର ସଭ୍ୟମାନେ ଗୃହ ମଧ୍ୟଭାଗରେ ହଙ୍ଗାମା କରିବା ସହିତ ଉପାଧ୍ୟକ୍ଷଙ୍କ ମାଇକ୍ ଭାଙ୍ଗିଥିଲେ। କେବଳ ଏତିକି ନୁହେଁ, କେତେକ ସଭ୍ୟ ଉପାଧ୍ୟକ୍ଷଙ୍କ ଟେବୁଲରୁ କାଗଜପତ୍ର ମଧ୍ୟ ଭିଡ଼ି ଆଣି ଚିରି ପକାଇଥିଲେ। ଗତକାଲିର ବିରୋଧୀଙ୍କ ହଙ୍ଗମା ପରେ ଆଜି ରାଜ୍ୟସଭାର ଅଧିବେଶନ ଆରମ୍ଭ ହୋଇଛି।
The Indian Expressଗତକାଲିର ଘଟଣାରେ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିୟା ନାଇଡ଼ୁ କହିଛନ୍ତି ଯେ, ଗତକାଲି ରାଜ୍ୟସଭା ପାଇଁ ସବୁଠାରୁ ଖରାପ ଦିନ ଥିଲା। କିଛି ସାଂସଦ କାଗଜ ଫିଙ୍ଗିଥିଲେ। ମାଇକ୍ ଭାଙ୍ଗିଥିଲେ | ନିୟମ ପୁସ୍ତକ ଫୋପାଡି ଦେଇଥିଲେ | ଏହି ଘଟଣା ଦ୍ୱାରା ମୁଁ ଗଭୀର ଦୁଃଖିତ | ଉପସଭାପତିଙ୍କୁ ଧମକ ଦିଆଯାଇଥିଲା। ସେମାନଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦିଆଯାଇଥିଲା। ଏହା ଅଦୌ ଗ୍ରହଣୀୟ ନୁହେଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/Seven-MPs-Suspends-For-Seven-Days_Thumbnail.jpg)