ରାଞ୍ଚି: ପୁଣି ନିପାତ ହେଲେ ନକ୍ସଲ । ଜଙ୍ଗଲରେ ପୁଣି ଗର୍ଜିଲା ଯବାନଙ୍କ ଗୁଳି ଆଉ ୮ ଜଣ ନକ୍ସଲ ଗଲେ ଟଳି । ଘଞ୍ଚ ଜଙ୍ଗଲରେ ମାଓବାଦୀ ମାରି ବଡ ସଫଳତା ପାଇଛନ୍ତି ଯବାନ । ସବୁବେଳେ ଛତିଶଗଡରେ ଏନକାଉଣ୍ଚର ହେଉଥିବା ବେଳେ ଏଥର ଝାଡଖଣ୍ଡରୁ ଆସିଛି ନକ୍ସଲ ନିପାତର ଖବର ।
ତେବେ ଝାଡଖଣ୍ଡର ଲୁଗୁ ପର୍ବତର ପାଦଦେଶରେ ଥିବା ଲାଲପାନିଆ ଅଞ୍ଚଳରେ ଆଜି ସକାଳେ ସକାଳେ ମାଓବାଦୀ ଏବଂ ସିଆରପିଏଫ ଯବାନଙ୍କ ଭିତରେ ଗୁଳିବିନିମୟ ହୋଇଥିଲା । ଯେଉଁଥିରେ ୮ ଜଣ ମାଓବାଦୀଙ୍କୁ ମାରି ଗଡାଇଛନ୍ତି ପୋଲିସ ଓ ଯବାନ । ନକ୍ସଲ ନିପାତ ପରେ ଏବେ ସେମାନଙ୍କ ମୃତଦେହ ଆଣିବାକୁ ଜଙ୍ଗଲ ଭିତରକୁ ଷ୍ଟ୍ରେଚର ଯାଇଥିବା ସୂଚନା ମିଳିଛି । ଉକ୍ତ ଷ୍ଟ୍ରେଚରରେ ନକ୍ସଲଙ୍କ ମୃତଦେହ ବୋହି ଅଣାଯିବ ।
#WATCH | Security forces carry stretchers inside forest to retrieve bodies of 8 naxals neutralised in an encounter in a joint operation of CRPF and state police in Luguburu Hills under Lalpania area of Jharkhand's Bokaro district pic.twitter.com/q0QHJzAypB
— ANI (@ANI) April 21, 2025
ଛତିଶଗଡ କୁହନ୍ତୁ କି ଝାଡଖଣ୍ଡ- ମାଓବାଦୀଙ୍କୁ ତ୍ରାହି ଦେଉ ନାହାନ୍ତି ପୋଲିସ ଓ ଯବାନ । ଯେବେଛୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଭାରତକୁ ନକ୍ସଲ ମୁକ୍ତ କରିବାକୁ ଘୋଷଣା କରିଛନ୍ତି ସେବେଠାରୁ ମାଓବାଦୀଙ୍କୁ ନିସ୍ତାର ମିଳୁନି । ସବୁଦିନ ମାଓବାଦୀଙ୍କୁ ହତ୍ୟା ସହ ନକ୍ସଲ ଆତ୍ମସମର୍ପଣ କରିଥିବାର ଖବର ମଧ୍ୟ ଆସୁଛି । ଯାହା ଦେଶକୁ ମାଓମୁକ୍ତ କରିବାର ସ୍ବପ୍ନକୁ ଶକ୍ତି ଦେଉଛି ।