ଷ୍ଟାଚ୍ୟୁ ଅଫ୍‌ ୟୁନିଟିକୁ ସଂଯୋଗ କରିବାକୁ ୮ ନୂଆ ଟ୍ରେନ୍‌

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର କେଵାଡ଼ିଆ ସ୍ଥିତ ଷ୍ଟାଚ୍ୟୁ ଅଫ୍‌ ୟୁନିଟି ସହ ଦେଶର ବିଭିନ୍ନ ସ୍ଥାନକୁ ସଂଯୋଗ କରିବା ଲାଗି ୮ଟି ନୂତନ ରେଳ ଶୁଭାରମ୍ଭ କରିଛନ୍ତି। ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଏହି ଟ୍ରେନ୍‌ଗୁଡ଼ିକର ଲୋକାର୍ପଣ କରିବା ଅବସରରେ ଉଦ୍‌ବୋଧନ ଦେଇ ଏହା କେଵାଡ଼ିଆର ଜନଜାତିମାନଙ୍କ ଦୈନନ୍ଦିନ ଜୀବନରେ ଯଥେଷ୍ଟ ପରିବର୍ତ୍ତନ ପହଞ୍ଚାଇବ ବୋଲି କହିଛନ୍ତି। ଏହି ନୂତନ ଟ୍ରେନ୍‌ଗୁଡ଼ିକର ଚଳାଚଳ ଦ୍ବାରା ଏଠାକୁ ଆସୁଥିବା ଦେଶବିଦେଶର ପର୍ଯ୍ୟଟକମାନଙ୍କ ଯାତାୟାତ ସହଜ ଓ ସୁଗମ ହେବା ସହ ଏହା ଜୀବିକା ଓ ଆତ୍ମରୋଜଗାର ପାଇଁ ସୁଯୋଗ ସୃଷ୍ଟି କରିବ ବୋଲି ମୋଦୀ କହିଛନ୍ତି। ଏହି ଟ୍ରେନ୍‌ମାନଙ୍କ ଭିତରେ ରହିଥିବା ଅହମଦାବାଦ୍‌-କେଵାଡ଼ିଆ ଜନଶତାବ୍ଦୀ ଏକ୍ସପ୍ରେସରେ ଭିଷ୍ଟା-ଡୋମ୍‌ ଟୁରିଷ୍ଟ କୋଚ୍‌ ରହିଛି, ଯାହା ସାହାଯ୍ୟରେ ଯାତ୍ରୀମାନେ ଛାତରେ ଖଚିତ କାଚ ଫର୍ଦ୍ଦ ବାଟେ ମନୋରମ ବିସ୍ତୀର୍ଣ୍ଣ ଦୃଶ୍ୟ ଉପଭୋଗ କରିପାରିବେ।

ସମ୍ବନ୍ଧିତ ଖବର