ଇଣ୍ଡିଆନାପଲିସ୍‌ ‘ଫେଡେକ୍ସ୍‍’ ୟୁନିଟ୍‌ରେ ଗୁଳିକାଣ୍ଡ ଘଟି ୮ ବ୍ୟକ୍ତି ମୃତ; ବନ୍ଧୁକଧାରୀ ନିହତ

ନୂଆଦିଲ୍ଲୀ: ଗୁରୁବାର ଦିନ ଯୁକ୍ତରାଷ୍ଟ୍ର ଆମେରିକୀୟ ସହର ଇଣ୍ଡିଆନାପଲିସ୍‌ରେ ଏକ ଗୁଳିକାଣ୍ଡ ଘଟଣାରେ ଆଠଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିବା ସହ ଅନ୍ୟ କେତେଜଣ ଆହତ ହୋଇଛନ୍ତି ବୋଲି ପୁଲିସ କହିଛି।

ପୁଲିସ ମୁଖପାତ୍ରୀ ଜିନି କୁକ୍‌ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ସହରର ଆନ୍ତର୍ଜାତିକ ବିମାନ ବନ୍ଦର ନିକଟରେ ଥିବା ‘ଫେଡେକ୍ସ୍‍’ ୟୁନିଟ୍‌ରେ ଏହି ଗୁଳିକାଣ୍ଡ ଘଟିଛି। ଗୁଳି ଚଳାଇଥିବା ବନ୍ଧକଧାରୀ ଆତ୍ମହତ୍ୟା କରିଥିବା ମନେହେଉଛି।

Image Courtesy of Yahoo Sports

ଆହତମାନଙ୍କୁ ଡାକ୍ତରଖାନା ନିଆଯାଇଥିବା କଥା ପୁଲିସ କହିଥିଲେ ବି, ସେମାନଙ୍କର ସଂଖ୍ୟା କେତେ ସେ ବିଷୟରେ ସୂଚନା ଦେଇନାହିଁ।
ସ୍ମରଣଯୋଗ୍ୟ, ଗତ ମାସ ଶେଷରେ ଦକ୍ଷିଣ କାଲିଫର୍ଣ୍ଣିଆରେ ଏକ ଅଫିସ୍‌ ଅଟ୍ଟାଳିକାରେ ଜଣେ ପିଲାଙ୍କ ସମେତ ଚାରିଜଣ ବ୍ୟକ୍ତି ଗୁଳି ଚୋଟରେ ନିହତ ହୋଇଥିଲେ।

ଏକ ଆକଳନରୁ ଜଣାପଡ଼ିଛି ଯେ, ପ୍ରତିବର୍ଷ ଯୁକ୍ତରାଷ୍ଟ୍ର ଆମେରିକାରେ ୪୦,୦୦୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଗୁଳିକାଣ୍ଡରେ ମୃତ୍ୟୁ ବରଣ କରୁଛନ୍ତି। ଏଥି ମଧ୍ୟରୁ ଅଧିକାଂଶ ହେଉଛି ଆତ୍ମହତ୍ୟାଜନିତ ମୃତ୍ୟୁ।

ବନ୍ଧୁକଜନିତ ହିଂସା ସଙ୍କଟ ରୋକିବା ନିମନ୍ତେ ରାଷ୍ଟ୍ରପତି ଜୋ ବାଇଡେନ୍‌ ଏ ମାସରେ ଛଅଟି କଟକଣା ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର