ତାମିଲନାଡୁରେ ବଏଲର ବିସ୍ପୋରଣରେ ୮ ଆହତ

ଚେନ୍ନାଇ: ତାମିଲନାଡୁର କୁଡ଼ାଲୁର ଜିଲ୍ଲାରେ ନେୱେଲୀ ଲିଗ୍‌ନାଇଟ୍‌ କର୍ପୋରେସନ ଇଣ୍ଡିଆ ଲିମିଟେଡ୍‌ର ୮ ଜଣ ଶ୍ରମିକ ଏକ ବଏଲର ବିସ୍ଫୋରଣରେ ଆହତ ହୋଇ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ଏକ ପାୱାର ୟୁନିଟ୍‌ର ବଏଲରରେ ଆଜି ସନ୍ଧ୍ୟାରେ ଏହି ଦୁର୍ଘଟଣା ହୋଇଛି। ନେୱେଲୀ ଠାରେ ଥିବା ଏହି ସମନ୍ୱିତ ଖଣି ଖନନ ତଥା ତାପଜ ବିଦ୍ୟୁତ୍‌ ଉତ୍ପାଦନକାରୀ କମ୍ପାନୀରେ ଏହି ଦୁର୍ଘଟଣା ହେବାର ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀ ଓ ପୁଲିସ୍‌ ପହଞ୍ଚି ପଦକ୍ଷେପ ଗ୍ରହଣ କରିଥିଲେ। ସୂଚନାଯେଗ୍ୟ ଯେ ନେୱେଲୀ ପ୍ଲାଣ୍ଟ୍‌ରେ ୨୧୦ ମେଗାୱାଟ କ୍ଷମତା ବିଶିଷ୍ଟ ୭ଟି ୟୁନିଟ୍‌ ଥିବା ବେଳେ ତହିଁରୁ ମାତ୍ର ତିନିଟି ୟୁନିଟ୍‌ କାର୍ଯ୍ୟକ୍ଷମ ଅଛି।

ସମ୍ବନ୍ଧିତ ଖବର