୮% ଅଭିବୃଦ୍ଧି ଅବାସ୍ତବ: ଆଲୁୱାଲିଆ

ନୂଆଦିଲ୍ଲୀ : ଆସନ୍ତା ୨୦୪୭ ସୁଦ୍ଧା ବିକଶିତ ରାଷ୍ଟ୍ରରେ ପରିଣତ ହେବା ଲାଗି ବାର୍ଷିକ ୮% ଅଭିବୃଦ୍ଧି ହାସଲ କରିବା ଅବାସ୍ତବ ମନେ ହେଉଛି ବୋଲି ଯୋଜନା ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ମଣ୍ଟେକ୍ ସିଂହ ଆଲୁୱାଲିଆ କହିଛନ୍ତି। ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି ଯେ ଡଲାର ଅନୁସାରେ ଭାରତର ମୁଣ୍ଡପିଛା ଆୟ ଏବେ ୨୦୦୦ ଡଲାର ପାଖାପାଖି ରହିଛି। ବିଶ୍ବବ୍ୟାଙ୍କ ନିର୍ଧାରଣ କରିଥିବା ସଂଜ୍ଞା ଅନୁସାରେ ଯେଉଁ ଦେଶର ମୁଣ୍ଡପିଛା ଆୟ ୧୨,୦୦୦ ଡଲାରରୁ ଅଧିକ ସେମାନଙ୍କୁ ବିକଶିତ ଦେଶ କୁହାଯାଉଛି।

ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମତରେ ବିକଶିତ ଦେଶ କ’ଣ ତାହା ଜଣାପଡ଼ିଲେ ୨୦୪୭ ସୁଦ୍ଧା ସେହି ଲକ୍ଷ୍ୟ ହାସଲ ହେବ ନା ନାହିଁ କହି‌ହେବ। ଭାରତର ମୁଣ୍ଡପିଛା ଆୟ ଏହି ନିର୍ଧାରିତ ସମୟ ଭିତରେ ୭,୫୦୦-୯୬୦୦ ଡଲାର ପର୍ଯ୍ୟନ୍ତ ପହଞ୍ଚିପାରିବ ବୋଲି ସେ କହିଛନ୍ତି। ଉଚ୍ଚ ଅର୍ଥନୈତିକ ଅଭିବୃଦ୍ଧି, ଉତ୍ତମ ପ୍ରଶାସନିକ ବ୍ୟବସ୍ଥା, ଶିକ୍ଷା, ସାକ୍ଷରତା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତ ସ୍ଥିତି, ଜୀବନଧାରଣ ମାନ ଉଚ୍ଚ ସ୍ତରରେ ଥିବା ଦେଶଗୁଡ଼ିକୁ ବିକଶିତ ଦେଶ ବୋଲି କୁହାଯାଉଛି। ୧୯୪୭ରେ ଭାରତ ସ୍ବାଧୀନ ହେବା ବେଳେ ‘ତୃତୀୟ-ବିଶ୍ବ’ର ଦେଶ ଭାବେ ପରିଚିତ ଥିଲା। ଗତ ସାତ ବର୍ଷ ଭିତରେ ସ୍ଥିତିରେ ଉନ୍ନତି ହୋଇଛି ଓ ଭାରତ ଏକ ବିକଶିତ ଦେଶ ଭାବେ ପରିଗଣିତ ହେଉଛି।

ସମ୍ବନ୍ଧିତ ଖବର