ଅହମଦାବାଦ୍ : ଗୁଜରାଟରେ ୮ ଜଣ ଛାତ୍ରଛାତ୍ରୀଙ୍କ ସମେତ ୧୦ ଜଣଙ୍କ ପ୍ରାଣହାନି ଘଟିଛି। ଗୁଜରାଟର ସୁରଟ୍ରେ ଏକ କୋଚିଂ ସେଣ୍ଟରର ପାଖାପାଖି ୮୦ ଜଣ ଛାତ୍ରଛାତ୍ରୀ ପିକ୍ନିକ୍ କରିବାକୁ ଯାଇଥିଲେ। ତେବେ ସେମାନେ ଡାଙ୍ଗ୍ ଜିଲ୍ଲାରୁ ପିକ୍ନିକ୍ ସାରି ଫେରୁଥିବାବେଳେ ଅହୱା ସହରରେ ମହଲ-ବର୍ଦିପଦା ରୋଡ୍ ନିକଟରେ ସେମାନଙ୍କ ବସ୍ ଏକ ୨୦୦ ଫୁଟ୍ ଗଭୀର ଖାଇକୁ ଖସି ପଡ଼ିଥିଲା। ଫଳରେ ୧୦ ଜଣଙ୍କ ପ୍ରାଣହାନି ହୋଇଯାଇଛି।
ପିକ୍ନିକ୍ କରିବାକୁ ଯାଇ ଶବ ହୋଇ ଫେରିଲେ ୮ ଛାତ୍ରଛାତ୍ରୀ
/sambad/media/post_attachments/wp-content/uploads/2018/12/gujarat-student-bus-accident.jpg)