ବିରୋଧୀଙ୍କ ମୌସୁମୀ ଅଧିବେଶନ ବହିଷ୍କାର ଡାକରାରେ ଯୋଗ ଦେବାକୁ ଧାରଣାରୁ ଉଠିଲେ ୮ ନିଲମ୍ବିତ ସାଂସଦ

ନୂଆଦିଲ୍ଲୀ: ରାଜ୍ୟସଭାରେ କୃଷି ବିଲକୁ ନେଇ ହଙ୍ଗାମା କରିଥିବାରୁ ନିଲମ୍ୱିତ ହୋଇଥିବା ୮ ସାଂସଦ ସଂସଦ ପରିସରରେ ଥିବା ମହାତ୍ମା ଗାନ୍ଧିଙ୍କ ମୂର୍ତ୍ତି ନିକଟରେ ସାରା ରାତି ଧାରଣା ଦେଇଥିଲେ । ସକାଳେ ରାଜ୍ୟସଭା ଉପାଧ୍ୟକ୍ଷ ସେମାନଙ୍କ ନିକଟକୁ ଚା ଓ ଜଳଖିଆ ସହ ଆସିବା ପରେ ଧାରଣାରେ ବସିଥିବା ସାଂସଦମାନେ ତାଙ୍କ କଥା ଶୁଣି ନଥିଲେ। ତେବେ ସେମାନେ ଧାରଣା ପ୍ରତ୍ୟାହାର କରିଥିବା ଜଣାପଡ଼ିଛି। ମୌସୁମୀ ଅଧିବେଶନକୁ ବହିଷ୍କାର କରିବା ପାଇଁ ବିରୋଧୀ ଦଳମାନେ ଦେଇଥିବା କରିଥିବା ଡାକରାରେ ଏହି ୮ ସାଂସଦ ସାମିଲ୍ ହୋଇଛନ୍ତି ।

ତିନିଟି ଦାବି ପୂରଣ ନହେବା ପର୍ଯ୍ୟନ୍ତ ମୌସୁମୀ ଅଧିବେଶନକୁ ବଏକଟ କରୁଥିବା କହିଛନ୍ତି ବିରୋଧୀ। ପ୍ରଥମ ଦାବିରେ ୮ ସାଂସଦଙ୍କ ନିଲମ୍ବନକୁ ପ୍ରତ୍ୟାହାର କରିବାକୁ ବିରୋଧୀ ଦଳ ଦାବି କରିଛନ୍ତି। ବିରୋଧୀ ଏହା ମଧ୍ୟ ଦାବି କରିଛନ୍ତି ଯେ ସରକାର ଏକ ବିଲ୍ ଆଣନ୍ତୁ ଯାହା ନିଶ୍ଚିତ କରିବ ଯେ ଘରୋଇ ବ୍ୟବସାୟୀମ‌ାନେ ସରକାରଙ୍କ ଦ୍ୱାରା ସ୍ଥିର ହୋଇଥିବା ସର୍ବନିମ୍ନ ସମର୍ଥନ ମୂଲ୍ୟ (ଏମ୍ଏସପି) ଠାରୁ କମ୍ ଦରରେ ଖାଦ୍ୟ ଶସ୍ୟ କ୍ରୟ କରିବେ ନାହିଁ। ଏମଏସ ସ୍ବାମୀନାଥନ୍ କମିଟି ରିପୋର୍ଟର ସୁପାରିଶ ଉପରେ ଆଧାର କରି ଏମ୍ଏସପି ହେବା ଉଚିତ୍ ବୋଲି କହିଛନ୍ତି ବିରୋଧୀ | ଏହି ୩ଟି ଦାବି ପୂରଣ ନହେବା ଯାଏଁ ବିରୋଧୀ ଦଳମାନେ ମୌସୁମୀ ଅଧିବେଶନକୁ ବଏକଟ କରିବେ ବୋଲି କହିଛନ୍ତି।

Parliament LIVE Updates
indiatoday

୮ଜଣ ସାଂସଦ ଧାରଣାରୁ ଉଠିବା ସହ କଂଗ୍ରେସ ବାକି ଥିବା ମୌସୁମୀ ଅଧିବେଶନକୁ ବହିଷ୍କାର କରିବ ବୋଲି ଘୋଷଣା କରିଛି। କଂଗ୍ରେସର ରାଜ୍ୟସଭା ସଦସ୍ୟମାନେ ରାଜ୍ୟସଭାରୁ ବାହାରିଛନ୍ତି। କଂଗ୍ରେସ ବ୍ୟତୀତ ସମାଜବାଦୀ ପାର୍ଟି (ଏସପି), ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି), ଡିଏମକେ, ତୃଣମୂଳ କଂଗ୍ରେସ (ଟିଏମସି), ଆମ୍ ଆଦମୀ ପାର୍ଟି (ଏଏପି), ବାମଦଳ, ଆରଜେଡି, ଟିଆରଏସ ଏବଂ ବିଏସପି ଏହି ପ୍ରକ୍ରିୟାକୁ ବଏକଟ କରିଛନ୍ତି।

ସମ୍ବନ୍ଧିତ ଖବର