ହୋଟେଲ୍‌ର ଗୋଟିଏ କୋଠରୀରେ ୮ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ

କାଠମାଣ୍ଡୁ: ନେପାଳର ଦାମନରେ ଏଭରେଷ୍ଟ ପେନୋରମା ରସର୍ଟର ଏକ ହୋଟେଲ୍‌ କୋଠରୀରେ ୮ ଜଣ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏମାନେ ସମସ୍ତେ କେରଳର ବୋଲି କୁହାଯାଉଥିବା ବେଳେ ମୃତକଙ୍କ ମଧ୍ୟରେ ଦୁଇଜଣ ପୁରୁଷ, ଦୁଇଜଣ ମହିଳା, ଦୁଇଜଣ ଝିଅ ଓ ଦୁଇଜଣ ପୁଅ ଥିବା ଜଣାପଡ଼ିଛି।

ମୃତକଙ୍କ ନାମ ହେଲା, ପ୍ରବୀନ କୁମାର ନାୟର (୩୯), ଶରଣ୍ୟା (୩୪), ରଞ୍ଜିତ କୁମାର ଟିବି (୩୯), ହିନ୍ଦୁ ରଞ୍ଜିତ (୩୪), ଶ୍ରୀ ଭଦ୍ରା (୯), ଅଭିନାଭ ସୋରୟା (୯), ଅଭି ନାୟର (୭) ଓ ବୈଷ୍ଣବ ରଞ୍ଜିିତ (୨)।

ଦାମନର ଏଭରେଷ୍ଟ ପେନୋରମା  ରିସର୍ଟର ଏକ ହୋଟେଲ୍‌ରେ ୮ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ଘଟଣା ସମ୍ପର୍କରେ ଖବର ପାଇ ମକୱାନପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲା। ଏହି ଯାଞ୍ଚରୁ ଜଣାପଡ଼ିଛି କି ହୋଟେଲ୍‌ର ଏକ କୋଠରୀରେ ଏହି  ଭାରତୀୟ ପର୍ଯ୍ୟଟକମାନେ ଥିଲେ। ପ୍ରବଳ ଥଣ୍ଡା ହେଉଥିବା ଯୋଗୁଁ ସେହି କୋଠରୀରେ ଗ୍ୟାସ୍‌ ହିଟର ଲଗା ଯାଇଥିଲା। ଏହି ଗ୍ୟାସ୍‌ ହିଟରରୁ ନିର୍ଗତ ବାଷ୍ପରେ ଭାରତୀୟ ପର୍ଯ୍ୟଟକ ଅଣନିଃଶ୍ୱାସୀ ହୋଇ ମୃତ୍ୟୁମୁଖରେ ପଡ଼ିଥିବା ଅନୁମାନ କରାଯାଉଛି। ମକୱାନପୁରର ଏସପି ସୁଶୀଲ ସିଂ ରାଥୋଡ ଏହି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର