ଭୋପାଳ: ମଧ୍ୟପ୍ରଦେଶର ବେତୁଲ ଜିଲ୍ଲାରେ ଏକ ଗଭୀର ନଳକୂପ (ବୋର୍‌ୱେଲ୍‌)ରେ ଆଜି ସଂଧ୍ୟାରେ ଜଣେ ୮ ବର୍ଷର ବାଳକ ଖେଳୁ ଖେଳୁ ଗଳିପଡ଼ିଛି। ସନ୍ଧ୍ୟା ୫ଟାବେଳେ ଜିଲ୍ଲାର ମାଣ୍ଡବୀ ଗାଁରେ ଏହି ଘଟଣା ଘଟିଥିବା ବେଳେ ଖବର ପାଇ ପ୍ରଶାସନ ପକ୍ଷରୁ ପିଲାଟିକୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଜାରି ରହିଛି।

Advertisment

ଦୁଇବର୍ଷ ତଳେ ନାନକ ଚୌହାନ ନାମକ ଜଣେ ବ୍ୟକ୍ତି ତାଙ୍କ ଫାର୍ମରେ ଏହି ବୋର୍‌ୱେଲ୍‌ଟି ଖୋଳାଇଥିଲେ। କିନ୍ତୁ ପାଣି ନ ବାହାରିବାରୁ ନଳକୂପଟି କାର୍ଯ୍ୟକ୍ଷମ ହୋଇ ନ ଥିଲା। ତାକୁ ନ ପୋତି ସେମିତି ଛାଡ଼ି ଦିଆଯାଇଥିଲା। ଚୌହାନଙ୍କ କହିବା ଅନୁସାରେ ‌ନଳକୂପଟିକୁ ଘୋଡ଼ାଇ ରଖାଯାଇଥିଲା କିନ୍ତୁ ପିଲାଟି କେମିତି ଘୋଡ଼ଣି କାଢ଼ିଲା ତାହା ସେ ଜାଣନ୍ତି ନାହିଁ।

ପିଲାଟିକୁ ସୁରକ୍ଷିତ ଭାବରେ ଉଦ୍ଧାର କରିବା ପାଇଁ ବର୍ତ୍ତମାନ ପ୍ରଶାସନ ପକ୍ଷରୁ ସବୁ ଚେଷ୍ଟା କରାଯାଉଛି। କୂଅ ଭିତରକୁ ଅମ୍ଳଜାନ ଯୋଗାଇବାର ବ୍ୟବସ୍ଥା କରାଯାଇଛି। କୂଅ ପାଖରେ ଆଉ ଏକ ସମାନ୍ତରାଳ ଗାତ ଖୋଳି ବାଳକକୁ ଉଦ୍ଧାର କରିବା ପାଇଁ ବ୍ୟବସ୍ଥା କରାଯାଉଛି। ଭୋପାଳ ଓ ‌ହୋସାଙ୍ଗାବାଦରୁ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ବାହିନୀ(ଏସ୍‌ଡିଆର୍‌ଏଫ୍‌) ର କର୍ମଚାରୀମାନେ ଆସି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି।