ହାଇଦ୍ରାବାଦ: ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ବିରୋଧରେ ପ୍ରାୟ ୮୦ ଜଣ ସ୍ୱାଧୀନ ଏବଂ ବିଦ୍ରୋହୀ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଦୁଇଟି ବିଧାନସଭା ଆସନ ଗଜୱେଲ ଏବଂ କାମାରେଡିରୁ ମୁଖ୍ୟମନ୍ତ୍ରୀ କେସିଆର୍ ଲଢୁଥିବାବେଳେ ନିର୍ବାଚନ ପାଇଁ ନାମାଙ୍କନ ପ୍ରତ୍ୟାହାର ତାରିଖ ୧୫ ନଭେମ୍ବର ଥିଲା | ଆଶା କରାଯାଉଥିଲା ଯେ କେସିଆରଙ୍କ ବିରୋଧରେ ଆହୁରି ଅନେକ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପ୍ରତ୍ୟାହାର କରିବେ କିନ୍ତୁ ବର୍ତ୍ତମାନ ସୁଦ୍ଧା ଗଜୱେଲରେ ୪୪ ଜଣ ଏବଂ କାମାରେଡିରେ ୩୮ ଜଣ ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିନାହାନ୍ତି | ରିପୋର୍ଟ ମୁତାବକ କେସିଆରଙ୍କ ବିରୋଧରେ ଉଭୟ ନିର୍ବାଚନ ମଣ୍ଡଳୀରେ ୫୦ରୁ ଅଧିକ ପ୍ରାର୍ଥୀ ହୋଇଥିବାରୁ ଏହାକୁ ପ୍ରଶମିତ କରିବାକୁ ବିଆରଏସ ପକ୍ଷରୁ ଉଦ୍ୟମ କରାଯାଇଥିଲା | ଏଭଳି ଭାବେ ଗଜୱେଲରେ ୭୦ ଜଣ ପ୍ରାର୍ଥୀ ଓ କାମାରେଡିରେ ୧୯ ଜଣ ପ୍ରାର୍ଥୀଙ୍କୁ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାକୁ ରାଜି କରାଯାଇଥିଲା | ବିଆରଏସ ପକ୍ଷରୁ ସେମାନଙ୍କ ପାଇଁ କିଛି ବ୍ୟବସ୍ଥା କରାଯିବ ବୋଲି କୁହାଯାଇଥିଲା |
ଏହାପରେ ସେମାନେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାକୁ ରାଜି ହୋଇଥିଲେ |ଉଲ୍ଲେଖ ଥାଉ କି ମୁଖ୍ୟମନ୍ତ୍ରୀ କେସିଆରଙ୍କ ବିରୋଧରେ ନିର୍ବାଚନ ଲଢ଼ିବା ପାଇଁ ଗଜୱେଲରେ ଅତି କମରେ ୧୪୫ ଜଣ ପ୍ରାର୍ଥୀ ଏବଂ କାମାରେଡିରେ ୯୨ ଜଣ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଏହି ଆସନରୁ ବିଆରଏସରୁ କେସିଆର, କଂଗ୍ରେସର ରାଜ୍ୟ ସଭାପତି ରେଭନ୍ତ ରେଡ୍ଡୀ ଏବଂ ବରିଷ୍ଠ ବିଜେପି ନେତା କେ ଭେଙ୍କଟା ରମଣ ରେଡ୍ଡୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସୂଚନା ଥାଉ କି ଯେ ନଭେମ୍ବର ୩୦ ରେ ତେଲେଙ୍ଗାନାର ସମସ୍ତ ୧୧୯ଟି ବିଧାନସଭା ଆସନ ପାଇଁ ମତଦାନ ହେବ ଏବଂ ଫଳାଫଳ ନଭେମ୍ବର ୩ରେ ଆସିବ |