୮୦ କୋଟି ଟଙ୍କାର ବିଦ୍ୟୁତ ବିଲ ଦେଖି ଅସୁସ୍ଥ ହୋଇପଡିଲେ ବୁଢା ମଉସା

ମୁମ୍ବାଇ: ବେଳେବେଳେ ଜଣେ ବ୍ୟକ୍ତିଙ୍କୁ ଏମିତି କିଛି ଝଟକା ଲାଗିଥାଏ ଯେ ଯାହାଦ୍ୱାରା ସେ ଅସୁସ୍ଥ ହୋଇପଡନ୍ତି | ମହାରାଷ୍ଟ୍ରର ନାଲାସୋପାରାରେ ଏମିତି ଏକ ଘଟଣା ଘଟିଛି, ଯେଉଁଠି ଜଣେ ବୃଦ୍ଧ ବ୍ୟକ୍ତି ତାଙ୍କର ୮୦ କୋଟି ଟଙ୍କାର ବିଦ୍ୟୁତ ବିଲ ଦେଖି ଅସୁସ୍ଥ ହୋଇପଡିଛନ୍ତି | ମିଳିଥିବା ସୂଚନା ମୁତାବକ ଏହି ବ୍ୟକ୍ତିଙ୍କ ନାମ ହେଉଛି ଗଣପତ ନାଇକ | ଗଣପତ ଯେତେବେଳେ ନିଜ ଘରର ବିଦ୍ୟୁତ ବିଲ ଦେଖିଥିଲେ, ତାଙ୍କର ରକ୍ତଚାପ ବଢିଯାଇଥିଲା, ଯାହାଫଳରେ ତାଙ୍କୁ ଏବେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି |

ନାଲାସୋପାରରେ ରହୁଥିବା ଗଣପତଙ୍କର ଏକ ଚାଉଳ ମିଲ ରହିଛି | ଆଉ ୮୦ ବର୍ଷୀୟ ଗଣପତଙ୍କୁ ସୋମବାର ଦିନ ବିଦ୍ୟୁତ ବିଭାଗ ପକ୍ଷରୁ ଭୁଲରେ ଏକ ବିଦ୍ୟୁତ ବିଲ ମିଳିଥିଲା | ଏଥିରେ ବିଦ୍ୟୁତ ବିଲ ବାବଦକୁ ୮୦ କୋଟି ଟଙ୍କା ଲେଖାଯାଇଥିଲା | ଏହି ବିଲକୁ ଦେଖି ଗଣପତଙ୍କର ରକ୍ତଚାପ ବଢିଯାଇଥିଲା | ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ଏହାକୁ ନେଇ ମହାରାଷ୍ଟ୍ର ଷ୍ଟେଟ ଇଲେକ୍ଟ୍ରିସିଟି ଡିଷ୍ଟ୍ରିବ୍ୟୁସନ କମ୍ପାନୀ ଲିମିଟେଡ଼ ପକ୍ଷରୁ କୁହାଯାଇଛି ଯେ ଏହା ଏକ ଭୁଲ ବିଲ ଥିଲା |

ବିଦ୍ୟୁତ ବିଲ ଦେଉଥିବା ବ୍ୟକ୍ତି ଜଣକ ୬ ଅଙ୍କ ବଦଳରେ ୯ ଅଙ୍କର ବିଲ ପ୍ରସ୍ତୁତ କରିଦେଇଥିଲେ | ଗଣପତଙ୍କ ନାତି କହିଛନ୍ତି ଯେ ଯେତେବେଳେ ଜେଜେ ବିଦ୍ୟୁତ ବିଲ ଦେଖିଥିଲେ, ସେତେବେଳେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ | ବିଲ ଦେଖି ଜେଜେ ଭାବିଥିଲେ ଯେ ପୁରା ଜିଲ୍ଲାର ବିଲ ତାଙ୍କୁ ଦିଆଯାଇଛି, କିନ୍ତୁ ଯେତେବେଳେ କେବଳର ଟଙ୍କା ଚାଉଳ ମିଲ ପାଇଁ ବିଲ ଆସିଥିବାର ଜାଣିଥିଲେ ତାଙ୍କର ରକ୍ତଚାପ ବଢିଯାଇଥିଲା |

ସମ୍ବନ୍ଧିତ ଖବର