ବନ୍ୟା ବିପର୍ଯ୍ୟୟ: ୮୦ ମୃତ

ଜାକର୍ତା : ଇଣ୍ଡୋନେସିଆର ସୁଲାବେସୀ ଦ୍ବୀପ‌ରେ ବନ୍ୟା ଏବଂ ଭୂସ୍ଖଳନ ହୋଇ ୮୦ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଅନେକ ନିଖୋଜ ଅଛନ୍ତି।। ମକାସର୍‌ର ୧୨ ଟି ଜିଲ୍ଲାରେ ପ୍ରବଳ ବର୍ଷା ଭୟଙ୍କର ସ୍ଥିତି ସୃଷ୍ଟି କରିଛି। ବନ୍ୟା ହେତୁ ଗୋଟିଏ ଗ୍ରା‌ମ ସମ୍ପୂର୍ଣ୍ଣ ‌ଧୋଇ ହୋଇ ଯାଇଛି। ପାଖାପାଖି ୫୦୦୦ ଘର ବନ୍ୟା ଜଳରେ ବୁଡ଼ି ଯାଇଛି। ଭୂସ୍ଖଳନ ହେତୁ ଗୋବା ଜିଲ୍ଲାର ପଟ୍ଟାଲିକଙ୍ଗ୍‌ ଗ୍ରାମ ସମ୍ପୂର୍ଣ୍ଣ ପୋତି ହୋଇ ଯାଇଛି। ଶହ ଶହ ‌ଘର, ସରକାରୀ କୋଠା, ସ୍କୁଲ୍‌ ଏବଂ ପୋଲ ନଷ୍ଟ ହୋଇଯାଇଛି।

ସମ୍ବନ୍ଧିତ ଖବର