ଜୁଲାଇ ୧୫-୨୨ତାରିଖ ପର୍ଯ୍ୟନ୍ତ ରଦ୍ଦ ହେଲା ଦିଲ୍ଲୀରୁ ଚାଲିବାକୁ ଥିବା ୮୦ଟି ଟ୍ରେନ

ନୂଆଦିଲ୍ଲୀ : ଆଗାମୀ ସପ୍ତାହ ମଧ୍ୟରେ ଯଦି ଆପଣଙ୍କୁ ଦିଲ୍ଲୀରୁ କେଉଁଠାକୁ ଯିବାର ଅଛି ବା ଦିଲ୍ଲୀରେ ଓହ୍ଲାଇବାରେ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । କାରଣ ଏକ ସପ୍ତାହ ପାଇଁ ଦିଲ୍ଲୀକୁ ଆସୁଥିବା ଏବଂ ଦିଲ୍ଲୀରୁ ଯାଉଥିବା ୮୦ଟି ଟ୍ରେନକୁ ରଦ୍ଦ କରି ଦିଆଯାଇଛି । ଏହା ସହ ୫୭ଟି ଟ୍ରେନର ମାର୍ଗ ବଦଳାଇ ଦିଆଯାଇଥିବା ମଧ୍ୟ ସୂଚନା ମିଳିଛି ।

oneindia.com

ସୂଚନା ମୁତାବକ, ଦିଲ୍ଲୀରୁ ତିଲକ ବ୍ରିଜ ଷ୍ଟେସନ ମଧ୍ୟରେ ପଞ୍ଚମ ଏବଂ ଷଷ୍ଠ ରେଳ ଧାରଣା ଆରମ୍ଭ ପାଇଁ ନନ୍‌ ଇଣ୍ଟରଲକିଂ କାମ ହେବାକୁ ଥିବାରୁ ସପ୍ତାହେ ପର୍ଯ୍ୟନ୍ତ ୮୦ଟି ଟ୍ରେନକୁ ରଦ୍ଦ କରି ଦିଆଯାଇଛି । ଏହା ସହ ୫୭ଟି ଟ୍ରେନର ମାର୍ଗ ବଦଳାଇ ଦିଆଯାଇଛି । ଜୁଲାଇ୧୮-୨୧ ମଧ୍ୟରେ ଯାତ୍ରୀମାନଙ୍କୁ ଅଧିକ ଅସୁବିଧାର ସାମ୍ନା କରିବାକୁ ପଡ଼ିବ । କାରଣ ଏ ମଧ୍ୟରେ ଅଧିକ ଟ୍ରେନକୁ ବାତିଲ କରି ଦିଆଯାଇଛି ।

ସମ୍ବନ୍ଧିତ ଖବର