୮୦ ବର୍ଷୀୟ ମୁମ୍ବାଇ ଦମ୍ପତିଙ୍କୁ ୧୦ ବର୍ଷ ଜେଲ୍‌ ଦଣ୍ଡ

ମୁମ୍ବାଇ : ମୁମ୍ବାଇ କୋର୍ଟ ଆଜି ଜଣେ ୮୦ ବର୍ଷୀୟ ଦମ୍ପତିଙ୍କୁ ଶିଶୁ ଯୌନ ନିର୍ଯାତନା ମାମଲାରେ ୧୦ ବର୍ଷ ଜେଲ୍‌ଦଣ୍ଡରେ ଦଣ୍ଡିତ କରିଛନ୍ତି। ମୁମ୍ବାଇର ଗିର୍‌ଗାଓଁରେ ରହୁଥିବା ଏହି ଦମ୍ପତି ଜଣେ ୪ ବର୍ଷୀୟ ଶିଶୁକୁ ଯୌନ ନିର୍ଯାତନା ଦେଇଥିଲେ। ତେବେ ମୁମ୍ବାଇର ଏକ ସ୍ବତନ୍ତ୍ର କୋର୍ଟ ପୋକ୍ସ ଆଇନର ଧାରା ୬ ଅଧୀନରେ ଏହି ମାମଲାର ଶୁଣାଣି କରି ଉକ୍ତ ଦମ୍ପତିଙ୍କୁ ଦୋଷୀସାବ୍ୟସ୍ତ କରିଛନ୍ତି। ସେମାନଙ୍କୁ ୧୦ ବର୍ଷ ଜେଲ୍‌ଦଣ୍ଡରେ ଦଣ୍ଡିତ କରାଯାଇଛି। ଉଲ୍ଲେଖଯୋଗ୍ୟ, ୮ ବର୍ଷ ତଳେ ଏହି ଘଟଣା ଘଟିଥିଲା ଏବଂ କୋର୍ଟ ସମସ୍ତ ତଥ୍ୟ ଓ ପ୍ରମାଣକୁ ଆଧାର କରି ଶେଷ‌ରେ ୮୦ ବର୍ଷୀୟ ଦମ୍ପତିଙ୍କୁ ଦୋଷୀସାବ୍ୟସ୍ତ କରିଛନ୍ତି।

ସମ୍ବନ୍ଧିତ ଖବର