ନୂଆଦିଲ୍ଲୀ: ଦିଲ୍ଲୀର ତବଲିଗି ଜମାତ ମୁଖ୍ୟାଳୟ ତଥା ମସଜିଦ୍ରୁ ପୁଲିସ ପ୍ରଶାସନ ୨,୩୦୦ ଲୋକଙ୍କୁ ଖାଲି କରାଇଥିଲା ଏବଂ ଏ ବାବଦ ତଦନ୍ତରୁ ଏବେ ଅନେକ ରହସ୍ୟ ଉନ୍ମୋଚିତ ହେବାରେ ଲାଗିଛି। ଦିଲ୍ଲୀର ବିଭିନ୍ନ ମସଜିଦ୍ରେ ଲୁଚିଥିବା ୮୦୦ରୁ ଅଧିକ ବିଦେଶୀ ଜମାତ୍ ପ୍ରତିନିଧିଙ୍କୁ ପୁଲିସ ଧରିବାରେ ସକ୍ଷମ ହୋଇଛି। ଏବେ ବି ଅନେକ ମସଜିଦ୍ରେ ବିଦେଶୀ ନାଗରିକମାନେ ବେଆଇନ ଭାବେ ରହିଥିବା ସୁରାକ୍ ମିଳିଛି। ଜମାତ୍ ସମ୍ମିଳନୀ ପରେ ୧୮୭ ଜଣ ବିଦେଶୀ ଅନ୍ୟ ମସଜିଦ୍କୁ ପଳାଇଥିଲେ । ଏହା ବ୍ୟତୀତ ଏହି କାର୍ଯ୍ୟକ୍ରମ ସହିତ ପୂର୍ବରୁ ସମ୍ପୃକ୍ତ ଥିବା ପ୍ରାୟ ୪୦୦ରୁ ଅଧିକ ବିଦେଶୀ ନାଗରିକ ମସଜିଦ୍ ଗୁଡ଼ିକରେ ଡେରା ପକାଇଥିଲେ। ଏ ପର୍ଯ୍ୟନ୍ତ ଯେଉଁ ୮୦୦ ବିଦେଶୀ ଠାବ ହୋଇଛନ୍ତି ସେମାନଙ୍କ ମଧ୍ୟରେ ୨୦୦ରୁ ଅଧିକ କରୋନା ସନ୍ଦିଗ୍ଧ ରହିଛନ୍ତି।
ଦିଲ୍ଲୀ ମସଜିଦ୍ରେ ଲୁଚିଥିଲେ ୮୦୦ରୁ ଅଧିକ ବିଦେଶୀ ଜମାତ୍ କର୍ମୀ
/sambad/media/post_attachments/wp-content/uploads/2020/04/dgdg4dag987dag98ad4g56da4g56da4g56ad4g9dagadgdagdagdgadg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)